fbpx
BSKY
BJD SHG SKY
BJD YOUTH SKY

(Video) ମିସାଇଲ୍ ଆକ୍ରମଣ: ୟୁକ୍ରେନରେ ୫ଜଣ ମୃତ୍ୟୁ ୩୧ ଆହତ, ଜେଲେନସ୍କି ସେୟାର କଲେ ଭିଡିଓ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଲାଣି । ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶାନ୍ତ କରିବା ଲାଗି ଅନେକ ଦେଶ ପ୍ରୟାସ କରୁଛନ୍ତି । ହେଲେ ଏହାର ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରିପାରୁନାହିଁ । ଏହାରି ମଧ୍ୟରେ ପୁଣି ଏକ ଖବର ଆସି ପହଁଚିଛି ଯେ, ୟୁକ୍ରେନର ଏକ ସହର ପୋକ୍ରୋଭସ୍କରେ ରୁଷ ଏକ ମିସାଇଲ୍ ଆକ୍ରମଣ କରିଛି । ସହରର ଏକ ଆବାସିକ କୋଠାକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଛି । ତେବେ ଏହି ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧ଜଣ ଆହତ ହୋଇଛନ୍ତି ।

ରୁଷର ଏହି ଆକ୍ରମଣକୁ ୟୁକ୍ରେନ ନିନ୍ଦା କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ମସ୍କୋ ଏକ ସାଧାରଣ ଆବାସିକ କୋଠାକୁ ଟାର୍ଗେଟ କରି ଆକ୍ରମଣ କରିଛି । ଏଥିସହ ଜେଲେନସ୍କି ଆକ୍ରମଣ ହୋଇଥିବା କୋଠାର ଭିଡିଓ ସେୟାର କରିଛନ୍ତି । ଏଥିରେ କୋଠାର ସଭା ଉପର ମହଲା ନଷ୍ଟ ହୋଇଯାଇଛି । ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେଲେନସ୍କି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଭଗ୍ନାଂଶ କୋଠାର ଆବର୍ଜନାଗୁଡିକ ସଫା କରାଯାଉଛି ଏବଂ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ରୁଷର ଆତଙ୍କ ବନ୍ଦ କରିବାକୁ ପଡିବ। ୟୁକ୍ରେନକୁ ସାହାଯ୍ୟ କରୁଥିବା ଦୁନିଆର ସମସ୍ତ ଦେଶ, ଆମ ସହିତ ମିଶି ଆତଙ୍କବାଦୀଙ୍କୁ ପରାସ୍ତ କରିବେ। ଏହି ଭୟଙ୍କର ଯୁଦ୍ଧରେ ଯାହା କିଛି ଘଟିଛି, ସେଥିପାଇଁ ରୁଷ ଦାୟୀ ରହିବ।

ଏହି ଆକ୍ରମଣ ବିଷୟରେ ୟୁକ୍ରେନର ମନ୍ତ୍ରୀ ଇଗୋର କ୍ଲିମେଙ୍କୋ ମଧ୍ୟ ଟେଲିଗ୍ରାମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଦ୍ୱିତୀୟ ଆକ୍ରମଣରେ ଡୋନେଟସ୍କ ଅଞ୍ଚଳର ଜଣେ ଉଚ୍ଚ ପଦାଧିକାରୀ ଜରୁରୀକାଳୀନ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୩୧ ଜଣ ଆହତ ହୋଇଛନ୍ତି। ଏଥିମଧ୍ୟରେ ୧୯ ଜଣ ପୋଲିସ କର୍ମଚାରୀ, ପାଞ୍ଚ ଜଣ ଉଦ୍ଧାରକାରୀ ଏବଂ ଜଣେ ଶିଶୁ ଅଛନ୍ତି। ପୋକ୍ରୋଭସ୍କ ରୁଷର ଅଧିକୃତ ସହର, ଡୋନେଟସ୍କର ଉତ୍ତର-ପଶ୍ଚିମଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଅବସ୍ଥିତ।

 

Get real time updates directly on you device, subscribe now.