fbpx

RBI ବୈଠକ ପୂର୍ବରୁ ଗ୍ରାହକଙ୍କୁ ଝଟକା ଦେଲା HDFC ବ୍ୟାଙ୍କ: ଏବେ ଆହୁରି ମହଙ୍ଗା ହେଲା ହୋମ୍ ଲୋନ୍

ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ବୈଠକ ୮ ରୁ ୧୦ ଅଗଷ୍ଟ ମଧ୍ୟରେ ହେବାକୁ ଯାଉଛି । ଏହା ପୂର୍ବରୁ ଗ୍ରାହକଙ୍କୁ ଝଟକା ଦେଇଛି ଏଚଡିଏଫସି ବ୍ୟାଙ୍କ । ବ୍ୟାଙ୍କ ହୋମ୍ ଲୋନ୍ ସୁଧ ହାର ବୃଦ୍ଧି କରିଛି ।

ଏବେ ହୋମ୍ ଲୋନ୍ ନେଉଥିବା ଉପଭୋକ୍ତାମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଇଏମଆଇ ଦେବାକୁ ପଡିବ । ଏହି ବେସରକାରୀ କ୍ଷେତ୍ର ବ୍ୟାଙ୍କ ମନୋନୀତ କାର୍ଯ୍ୟକାଳରେ ଏମସିଏଲଆରରେ ୧୫ ଆଧାର ପଏଣ୍ଟ ବୃଦ୍ଧି କରିଛି । ଏଚଡିଏଫସି ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଏହି ନୂଆ ହାର ୭ ଅଗଷ୍ଟ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ ।

ବ୍ୟାଙ୍କ ଓଭରନାଇଟ୍ ଏମସିଏଲଆରକୁ ୧୦ ବିପିଏସ୍ ବୃଦ୍ଧି କରି ୮.୨୫ ପ୍ରତିଶତରୁ ୮.୩୫ ପ୍ରତିଶତକୁ ବୃଦ୍ଧି କରିଦେଇଛି । ଏଚଡିଏଫସି ବ୍ୟାଙ୍କର ଏକ ମାସର ଏମସିଏଲଆର ୧୫ ବିପିଏସ୍ ବୃଦ୍ଧି ହୋଇ ୮.୩୦ ପ୍ରତିଶତରୁ ୮.୪୫ ପ୍ରତିଶତକୁ ବୃଦ୍ଧି ପାଇଛି । ତିନି ମାସର ଏମସିଏଲଆର ପୂର୍ବ ୮.୬୦ ପ୍ରତିଶତ ତୁଳନାରେ ୧୦ ଆଧାର ପଏଣ୍ଟ ବୃଦ୍ଧି ପାଇ ୮.୭୦ ପ୍ରତିଶତରେ ପହଞ୍ଚିଛି । ଛଅ ମାସର ଏମସିଏଲଆର ପୂର୍ବ ୮.୯୦ ପ୍ରତିଶତରୁ ମାତ୍ର ୫ ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଛି, ଯାହା ବର୍ତ୍ତମାନ ୮.୯୫ ପ୍ରତିଶତରେ ପହଞ୍ଚିଛି ।

Get real time updates directly on you device, subscribe now.