fbpx

Jio Phone 5G ଖୁବଶୀଘ୍ର ଲଞ୍ଚ ହେବ: ଭାରତକୁ ଆସୁଛି ସବୁଠାରୁ ଶସ୍ତା ୫ଜି ମୋବାଇଲ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ରିଲାଏନ୍ସ ନିଜର ୪୬ତମ ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିପାରନ୍ତି । ଭବିଷ୍ୟତରେ ଆସିବାକୁ ଥିବା ଜିଓ ଫୋନ ୫ଜି ଓ ଜିଓ ୫ଜି ପ୍ଲାନସ ଉପରୁ ସେ ପରଦା ହଟାଇ ପାରନ୍ତି । ଜିଓ ଫୋନ ୫ଜିକୁ ନେଇ ପୂର୍ବରୁ କିଛିଟା ସଙ୍କେତ ମିଳିସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ କରିନାହିଁ ।

ପୂର୍ବ ସୂଚନା ମୁତାବକ, ଉକ୍ତ ଫୋନ ଏକ ଅଲଟ୍ରା-ଆଫୋର୍ଡେବଲ ଡିଭାଇସ ହେବ । ବର୍ତ୍ତମାନ ସୁଦ୍ଧା ଏହି ଜିଓ ଫୋନ ୫ଜିର ମୂଲ୍ୟ ବିଷୟରେ କିଛି ତଥ୍ୟ ସାମ୍ନାକୁ ଆସିନାହିଁ କି ଏହାର ପ୍ରାଇସ ସେଗମେଣ୍ଟ ବିଷୟରେ କିଛି ଖୁଲାସା କରାଯାଇନାହିଁ । ତେବେ କିଛି ମିଡ଼ିଆ ରିପୋର୍ଟସ ମୁତାବକ, ଏହି ଫୋନ ୮-୧୦ ହଜାର ମଧ୍ୟରେ ରହିପାରେ । ଏପରିକି ଏହାର ମୂଲ୍ୟ ୧୫ ହଜାର ମଧ୍ୟରେ ରହିବ ବୋଲି ମଧ୍ୟ କିଛି ରିପୋର୍ଟରେ କୁହାଯାଇଛି । ପୂର୍ବରୁ ରେଡମୀ, ରିଅଲମୀ, ସାମସଙ୍ଗ ପରି ଏକାଧିକ ବ୍ରାଣ୍ଡ ଏହି ଦାମରେ ଉପଲବ୍ଧ ରହିଛି ।

ତେବେ ଏହି ଫୋନ ସବୁଠାରୁ ଶସ୍ତା ୫ଜି ଫୋନ ହେବ । ଏଥିରେ ୪ଜିବି ରାମ ରହିବା ସହ ସ୍ନାପଡ୍ରାଗ ଚିପସେଟ ମଧ୍ୟ ଦେଖିବାର ସୁବିଧା ଉପଲବ୍ଧ ରହିବ । ଏହାର ପ୍ରୋସେସର ସ୍ନାପଡ୍ରାଗନ ୪୮୦ ପ୍ଲସ ହୋଇପାରେ । ଏହି ୫ଜି ଫୋନରେ ୬.୫ ଇଞ୍ଚର ଏଚଡି ପ୍ଲସ ଏଲସିଡି ଡିସପ୍ଲେ ଦିଆଯାଇପାରେ । ଏଥିସହି ୯୦ଏଚଜେଡ ରିଫ୍ରେଶ ରେଟସ ମିଳିବ, ଯାହାକୁ ଗେମିଂ ଏକ୍ସପିରିୟନ୍ସ ଉନ୍ନତ କରିବ । ଏହି ଫୋନ ଆଣ୍ଡ୍ରଏଡ ୧୩ ଓଏସରେ କାମ କରିପାରେ ।

Get real time updates directly on you device, subscribe now.