fbpx

‘ଡାର୍ଟୀ ବମ୍‌’ ବାହାନାରେ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରିପାରେ ଋଷ, ଚେତାଇ ଦେଲେ ରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଜାରୀ ରହିଥିବା ଯୁଦ୍ଧ ମଧ୍ୟରେ ପରମାଣୁ ଆକ୍ରମଣର ଆଶଙ୍କା ବଢିବାରେ ଲାଗିଛି। ‘ଡାର୍ଟୀ ବମ୍‌’ ବାହାନାରେ ଋଷ ସେନା ୟୁକ୍ରେନ୍ ଉପରେ ପରମାଣୁ ବୋମା ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଋଷ ଦାବି କରିଛି ଯେ ୟୁକ୍ରେନ ଏହାକୁ ରେଡିଓଆକ୍ଟିଭ୍ ଉପକରଣ ଅର୍ଥାତ୍ ‘ଡାର୍ଟୀ ବମ୍’ ମାଧ୍ୟମରେ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ରୁଷ ଏହା ମଧ୍ୟ ଦାବି କରିଛି ଯେ ୟୁକ୍ରେନ ଏଭଳି ବମ୍ ସାହାଯ୍ୟରେ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି ଯାହାର ପରମାଣୁ କ୍ଷମତା ଥାଇପାରେ।

ଏଭଳି ସ୍ଥିତିରେ ଋଷ ରକ୍ଷାମନ୍ତ୍ରୀ ସର୍ଗେଇ ସୋଏଗୁ ଭାରତ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହିତ ଏ ସଂକ୍ରାନ୍ତରେ ଫୋନ୍‌ରେ ଆଲୋଚନା କରିଥିଲେ। ଏହି ସମୟରେ ୟୁକ୍ରନେ୍ ଦ୍ୱାରା ସମ୍ଭାବିତ ‘ଡାର୍ଟୀ ବମ୍‌’ ପ୍ରୟୋଗ ବିଷୟରେ ଅବଗତ କରାଇଥିଲେ। ଏହାର ଉତ୍ତରରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦେଶ ମଧ୍ୟରେ ସଂଘର୍ଷକୁ ଖୁବଶୀଘ୍ର ସମାଧାନ ପାଇଁ ତୁରନ୍ତ କୂଟନୈତକ ସ୍ତରରେ ଆଲୋଚନା ମାଧ୍ୟମରେ ଶେଷ କରିବାକୁ ଭାରତର ପକ୍ଷକୁ ଦୋହରାଇଥିଲେ। ଏବଂ କୌଣସି ପ୍ରକାର ପରମାଣୁ ବିକଳ୍ପ ଉପରେ ବିଚାର ନକରିବାକୁ କହିଥିଲେ।

ବିଧିବଦ୍ଧ ଭାବରେ ୟୁକ୍ରେନ୍‌ର ତିନୋଟି ସହରୁ ପୁଟିନ୍ ଋଷ ସହିତ ସାମିଲ କରିବା ପରେ ଦୁଇ ଦେଶର ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। କ୍ରିମିଆର ଏକ ବ୍ରିଜ୍ ଉପରେ ବୋମାମାଡ଼ ପରେ ଗତ ଦୁଇ ସପ୍ତାହ ଧରି ୟୁକ୍ରେନ୍‌ର ରାଧାନୀ କିଭ୍ ଉପରେ ଋଷ ଜବାବି ଆକ୍ରମଣ ଜାରୀ ରଖିଛି। ତେବେ ଏଥିପାଇଁ ଋଷ ୟୁକ୍ରେନ୍‌କୁ ଦାୟୀ କରିଛି ୟୁକ୍ରେନ୍ ଉପରେ ବଢୁଥିବା ମିସାଇଲ୍ ଆକ୍ରମଣକୁ ନଜରରେ ରଖି କିଭ୍‌ରେ ଥିବା ଭାରତୀୟ ଦୂତାବାସ ସମସ୍ତ ଭାରତୀୟଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ନିର୍ଦ୍ଦେଶାବଳି ଜାରୀ କରାଯାଇଥିଲା।

 

Get real time updates directly on you device, subscribe now.