fbpx

ପ୍ରଶାନ୍ତ ମହାସାଗର ଉପରେ ଉଡୁଛି UFO: ରହସ୍ୟମୟୀ ଘଟଣାକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଏଲିଅନ ଏବଂ ଅନ୍-ଆଇଡଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟସ(ୟୁଏଫଓ)କୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଦାବି କରାଯାଉଛି । ଏହିସବୁ ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ଜିଜ୍ଞାସା ମଧ୍ୟ ଦେଖାଯାଇଥାଏ । ପ୍ରଥମେ ଆକାଶରେ ଉଡୁଥିବା ଏହି ଫ୍ଲାଇଙ୍ଗ ଅବଜେକ୍ଟସକୁ ୟୁଏଫଓ କୁହାଯାଉଥିଲା । ତେବେ ବୈଜ୍ଞାନିକମାନେ ଏବେ ଏହାର ନାମ ପରିବର୍ତ୍ତନ କରି ନେଇଛି । ଏହାର ନାଁ ଏବେ ଅନ୍-ଆଇଡେଣ୍ଟିଫାଏଡ ଏରିୟଲ ଫିନୋମିନା ନାମ ଦିଆଯାଇଛି । ଅନେକ ଲୋକ ଏହାକୁ ଦେକିଥିବା ମଧ୍ୟ ଦାବି କରିଛନ୍ତି । କିନ୍ତୁ ଏହା ପଛର କାରଣ କାହାକୁ ଜଣାନାହିଁ । ତେଣୁ ରହସ୍ୟ ହୋଇ ରହିଯାଇଛି ଏହି ୟୁଏଫଓ ।

ଏଫବିଆଇର ପୂର୍ବ ଏଜେଣ୍ଟ ଏବଂ ଡିସ୍କଭରୀ ଶୋ ‘ୟୁଏଓ ୱିଟନେସ’ର ଉପସ୍ଥାପକ ବେନ ହେସନେନ ଏହି ରହସ୍ୟମୟୀ ଜିନିଷର ଫୁଟେଜ ଏବଂ ଟ୍ରାଫିକ କଣ୍ଟ୍ରୋଲ ରେକର୍ଡିଙ୍ଗ ମଧ୍ୟ ହାସଲ କରି ନେଇଛନ୍ତି । ଏହି ଘଟଣାକୁ ସାଉଥୱେଷ୍ଟ ଏୟାରଲାଇନ୍ସ, ହାୱାଇୟନ ଏୟାରଲାଇନ୍ସ ଏବଂ ଅନ୍ୟ ଲୋକମାନେ ମଧ୍ୟ ଦେଖିଥିବା ଏୟାରଲାଇନ୍ସ ଟ୍ରାଫିକ କଣ୍ଟ୍ରୋଲର ସୂଚନା ଦେଇଛନ୍ତି ।

ପାଇଲଟ ମାର୍କ ହଲସୀ ଏ ନେଇ ଦାବୀ କରିଛନ୍ତି । ପ୍ରାୟ ୫ରୁ ୧୦ ହଜାର ଫୁଟ ଉଚ୍ଚରେ ୩ଟି ବସ୍ତୁକୁ ଉଡୁଥିବାର ଦେଖିଥିବା କହିଛନ୍ତି ହଲସୀ । ସେ କହିଛନ୍ତି ଯେ, ‘ଏସବୁ କେବଳ ଗୋଲାକାର ଭାବରେ ଘୁରୁଥିଲେ । ମୁଁ ମରୀନ କାର୍ପସରେ ଏଖ ଏଫ-୧୮ ପାଇଲଟ ଭାବେ କାର୍ଯ୍ୟରତ ଥିଲି ଏବଂ ଅନେକ ଇଣ୍ଟରସେପ୍ଟ କରିଛି । କିନ୍ତୁ ଏଭଳି ଘଟଣା କେବେ ଦେଖିନଥିଲି ।’ ତେବେ କେବଳ ବେନ ହସନେନ ନୁହେଁ, ତାଙ୍କ ସହିତ ଅନ୍ୟ ୧୫ ଜଣ ପାଇଲଟ ମଧ୍ୟ ଏହାକୁ ଦେଖିଥିବା ନେଇ ଦାବି କରିଛନ୍ତି । ଏଜେନ୍ସି ଏନେଇ ଯଦି ଯାଞ୍ଚ କରିବେ ତେବେ ପାଇଲଟମାନେ ଏଥିପାଇଁ ସହଯୋଗ କରିବେ ବୋଲି କହିଛନ୍ତି ବେନ ହସନେନ ।

Get real time updates directly on you device, subscribe now.