fbpx

ଶନିବାର ମୁକୁଳିବେ ଆର୍ୟନ, ଜେଲରେ ବିତାଇବେ ଆଉ ଗୋଟିଏ ରାତି

ମୁମ୍ବାଇ: ଶୁକ୍ରବାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ହୋଇପାରିନାହିଁ । ତାଙ୍କ ଜାମିନକୁ ଅପେକ୍ଷା କରିଛନ୍ତି ଶାହାରୁଖ ଏବଂ ଫ୍ୟାନ । କିନ୍ତୁ ବେଲ୍ ଅର୍ଡର କପି ଏନଡିପିଡିଏସ କୋର୍ଟରୁ ଆର୍ଥର ରୋଡ ଜେଲରେ ୫:୩୦ ସୁଦ୍ଧା ପହଞ୍ଚିନପାରିବାରୁ ଶୁକ୍ରବାର ଜାମିନ ମିଳିପାରିବନି ଆର୍ୟନଙ୍କୁ । ଏବେ ଶନିବାର ହିଁ ଆର୍ୟନଙ୍କୁ ଜାମିନ ମିଳିବ ।

ସୂଚନାଯୋଗ୍ୟ, କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଶୁଣାଣି କରି ଆର୍ୟନ ଖାନଙ୍କ ଜାମିନ ମଞ୍ଜୁର କରିଥିଲେ ହାଇର୍କୋ । ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ମୁମ୍ବାଇ ହାଇକୋର୍ଟ ଶାହରୁଖ ଖାନଙ୍କ ପୁଅକୁ ଜାମିନ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.