କୁଏତର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍ ଜୟଶଙ୍କର, କ’ଣ ହେଲା ଆଲୋଚନା?

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ହାଇଦ୍ରାବାଦ ହାଉସରେ କୁଏତ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ-ୟାହିୟାଙ୍କୁ ଭେଟି ଏକ ପ୍ରତିନିଧି ସ୍ତରୀୟ ବୈଠକ କରିଥିଲେ । ବୈଠକ ରେ ଏସ୍ ଜୟଶଙ୍କର ଅବଦୁଲ୍ଲା ଅଲ୍ଲୀ ଅଲ୍ ୟାହିୟାଙ୍କୁ କହିଥିଲେ, ଆପଣ ପୂର୍ବରୁ ଏଠାକୁ ଆସିଛନ୍ତି। ମୁଁ ଜାଣେ କିଛି ବର୍ଷ ବିତିଗଲାଣି ।

ଆପଣ ଭାରତରେ ଅନେକ ପରିବର୍ତ୍ତନ ଦେଖିଥିବେ, କିନ୍ତୁ ଗୋଟିଏ ଜିନିଷ ବଦଳିନାହିଁ ଏବଂ ତାହା ହେଉଛି ଆମର ବନ୍ଧୁତା ଏବଂ ଭାଗିଦାରୀ । ନିକଟରେ ଆମେ କୁଏତରେ ଭେଟିଥିଲୁ ।

ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତା ରହିଛି। ବାଣିଜ୍ୟ, ନିବେଶ, ଶକ୍ତି, ଆଇଟି ସମେତ ବିଭିନ୍ନ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ମୁଁ ଆପଣଙ୍କ ସହ ଏ ବିଷୟରେ ଆଲୋଚନା କରିବାକୁ ଆଗ୍ରହୀ ।