fbpx

ଭାରତ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ: ଜାଣନ୍ତୁ କେଉଁ ଖେଳାଳି ହେଲେ ସାମିଲ

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ଜୁନ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ ଦଳ ଘୋଷଣା କରିଛି । ଏହି ସିରିଜ ପାଇଁ ଘୋଷଣା ହୋଇଥିବା ୧୬ ଜଣିଆ ସ୍କ୍ୱାର୍ଡରେ ତ୍ରିଷ୍ଟନ ଷ୍ଟବ୍ସଙ୍କ ସ୍ଥାନ ଦିଆଯାଇଛି । ତେବେ ଦକ୍ଷିଣ ଆଫ୍ରିକା ଗତ ଟି-୨୦ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛି ।

କ୍ରିକେଟ ସାଉଥ ଆଫ୍ରିକାର ଟି-୨୦ ଚାଲେଞ୍ଜ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ୨୧ ବର୍ଷୀୟ ଷ୍ଟବ୍ସ । ୭ଟି ମ୍ୟାଚରୁ ୧୮୩.୧୨ ଷ୍ଟ୍ରାଇକ ରେଟରେ ୨୯୩ ରନ ସଂଗ୍ରହ କରିଥିଲେ ଷ୍ଟବ୍ସ । ଏହା ମଧ୍ୟରେ ୨୩ଟି ଛକା ସାମିଲ ରହିଥିଲା । ଜିମ୍ବାୱେ ଗସ୍ତ ସମୟରେ ସାଉଥ ଆଫ୍ରିକା ଏ’ ଟିମରେ ମଧ୍ୟ ସ୍ଥାନ ପାଇଥିଲେ ଷ୍ଟବ୍ସ । ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗରେ ସେ ସବୁଠୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡି ହୋଇଛନ୍ତି ।

ଷ୍ଟବ୍ସଙ୍କ ବ୍ୟତୀତ ଏନରିକ ନୋକିଆ ମଧ୍ୟ ଏହି ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେହିପରି ରୀଜା ହେଣ୍ଡ୍ରିକ୍ସ, ହେନରିକ କ୍ଲାସେନଙ୍କୁ ଦଳରେ ସାମିଲ କରାଯାଇଛି । ୨୦୧୭ ରୁ ଲମ୍ବା ସମୟ ଧରି ଦଳରୁ ଅଲଗା ରହିବା ପରେ ଏହି ସିରିଜରେ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ଖେଳାଳି ପାର୍ନେଲ । ଟି-୨୦ ରାଙ୍କିଙ୍ଗର ନମ୍ବର ୧ ବୋଲର ତବରେଜ ଶାମ୍ସି ଏବଂ କେଶବ ମହାରାଜଙ୍କ ସମେତ ଅନେକ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୯ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ବେଳେ, ଦ୍ୱିତୀୟ ମ୍ୟାଚ ୧୨ ତାରିଖ କଟକରେ ଅନୁଷ୍ଠିତ ହେବ । ୧୪ ତାରିଖ ବିଶାଖାପଟ୍ଟନମରେ ତୃତୀୟ ମ୍ୟାଚ, ରାଜକୋଟରେ ୧୭ ତାରିଖ ଚତୁର୍ଥ ଏବଂ ୧୯ ତାରିଖରେ ଉଭୟ ଦଳ ଭିତରେ ଶେଷ ମ୍ୟାଚ ବେଙ୍ଗଲୁରୁରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ଟି-୨୦ ଦଳ:

ତେମ୍ବା ବାଭୁମା(ଅଧିନାୟକ), କ୍ୱିଣ୍ଟନ ଡିକକ୍, ରାଜା ହେଣ୍ଡ୍ରିକ୍ସ, ହେନରିକ କ୍ଲାସେନ, କେଶବ ମହାରାଜ, ଏଡେନ ମାକ୍ରମ, ଡାଭିଡ ମିଲର, ଲୁଙ୍ଗି ଏନଗିଡି, ଏନରିକ ନୋକିଆ, ବାୟେନ ପାର୍ନେଲ, ଡ୍ୱେନ ପ୍ରିଟୋୟରିୟସ, କାଗିସୋ ରାବାଡା, ତବରେଜ ଶାମ୍ସି, ଟ୍ରିଷ୍ଟନ ଷ୍ଟବ୍ସ, ରସି ବେନ ଡେର ହୁସେନ, ମାକ୍ରୋ ଜାନସେନ ।

Get real time updates directly on you device, subscribe now.