fbpx

‘ଚେଙ୍ଗ ରାଶି କୁ ବେଙ୍ଗ ରାଶି’, କେନ୍ଦ୍ରଙ୍କୁ ଟାର୍ଗେଟ କରିବା ବଦଳରେ ଦଳରେ ହେଉଛନ୍ତି କାମୁଡା କାମୁଡି; ଆଉ ଦଳ କହୁଛି ..

ନୂଆଦିଲ୍ଲୀ:କଂଗ୍ରେସ ଦଳ ଭିତରେ ଏକତା କହିବାକୁ ଧୀରେ ଧୀରେ ଲୀନ ହେବାକୁ ବସିଲାଣି । ଯାହା ପାଇଁ ନିକଟରେ ଦଳ ଭିତରର କର୍ମୀ ମାନେ କାମୁଡା କାମୁଡି ହେଉଛି । ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦା ଲଦି ହେଉଛି । ସେପରେ ଭାରତ ଯୋଡୋର ଡାକରା ଦେଉଥିବା କଂଗ୍ରେସ ଏପଟେ ଦଳର କର୍ମୀ ମାନଙ୍କୁ ଯୋଡି ରଖିବାରେ ସମର୍ଥ ହୋଇପାରୁ ନାହାନ୍ତି । ଆଉ ଯେତେବେଳେ ଏହି ସବୁ କଥା ଉଠୁଛି ଆମେ କିପରି ରାଜସ୍ଥାନ କଥା ଭୁଲି ପାରିବା ।

କଂଗ୍ରେସ ଦଳୀୟକର୍ମୀ ମାନଙ୍କ ଭିତରେ ଏକତା ବଦଳରେ କେଉଁଭଳି ତିକ୍ତତା ବୃଦ୍ଧି ପାଉଛି ତାହା ଆପଣ ଆଜି କାଲିର ଖବର ପ୍ରସାରଣ ଦେଖି ଜାଣି ପାରୁଥିବେ । ରାଜସ୍ଥାନର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଉ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ବିବାଦ ରହିଛି ତାହା କେବଳ ଏକ ଘର କଳି ହୋଇ ରହି ନାହିଁ ବରଂ ଏବେ ବାଟରେ ପଡି ଘାଟରେ ଗଡୁଛି । ଆଉ ଆପଣ ଯେଉଁଠାରେ ଦେଖିବେ ଏହି ବିବାଦ ହିଁ ଲାଗି ରହିଛି ।ବିରୋଧୀ ଯେଉଁଠାରେ ଏକାଠି ଲଢ଼ିବା କଥା ସେଠି ଏମାନେ ପରସ୍ପର ସହିତ ଲଢ଼ୁଛନ୍ତି ।

ମାମଲା କଣ :ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଭିତରେ ଫାଟ । ନିଜ ସରକାର ଉପରେ ଆକ୍ରମଣ କରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ପାଇଲଟ ରବିବାର ଦିନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିଜେପି ନେତାମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି। ଏଥି ସହ ସଚିନ ପାଇଲଟ ରବିବାର ଦିନ ଅଭିଯୋଗ କରିଛନ୍ତି, ‘ଯଦି କ୍ଷମତାକୁ ଆସନ୍ତି ତେବେ ଆମେ ଦୁର୍ନୀତି ମାମଲାର ତଦନ୍ତ କରିବୁ ବୋଲି କଂଗ୍ରେସ ଦଳ ପ୍ରତିଶୃତି ଦେଇଥିଲା, କିନ୍ତୁ ଏବେ ବିଜେପି ସହିତ ମିଶି ସମସ୍ତ ମାମଲା କୁ ଚାପି ଦେଉଛନ୍ତି । ମୁଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏହି ବିଷୟରେ ଦୁଇଟି ଚିଠି ମଧ୍ୟ ଲେଖିଛି । କିନ୍ତୁ ଏହାର ପରିଣାମ କିଛି ହେଲା ନାହିଁ । କେବଳ ଏତିକି ନୁହେଁ ପାଇଲଟ କହିଛନ୍ତି, ‘ଯେତେବେଳେ ଆମ ସରକାର ଗଠନ ହେଲା, ଆମେ ଦୁର୍ନୀତି ସମ୍ପର୍କରେ ଅନେକ କଥା କହିଥିଲୁ, କିନ୍ତୁ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ମୁଁ ୧୧ ଏପ୍ରିଲରେ ଶହୀଦଙ୍କ ମେମୋରିଆଲରେ ଏକ ଦିନ ଉପବାସ କରିବି ବୋଲି ପାଇଲଟ କହିଛନ୍ତି। ଏଉ ଏହି ଉପବାସ ରଖିବା ଏବଂ କରିବାର ଉଦ୍ଦେଶ୍ୟ ହେଉଛି ଆମ ସରକାର ଏପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି ।

କାହାର ବିଶ୍ୱସ୍ତ କଂଗ୍ରେସ :
ପାଇଲଟଙ୍କ ବିବୃତ୍ତି ଉପରେ କଂଗ୍ରେସ (ଏଆଇସିସି) ରାଜ୍ୟ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ଯେ ସେ ଏପରି ସାମ୍ବାଦିକ ସମ୍ମିଳନୀ କରିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ପାଇଲଟ ତାଙ୍କ ସହ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇବା ଉଚିତ୍।ଗତ ଡିସେମ୍ବରରେ ରାଜସ୍ଥାନର ଏଆଇସିସି ଦାୟିତ୍ୱରେ ଥିବା ରାନ୍ଧୱା କହିଛନ୍ତି ଯେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ପାଇଲଟଙ୍କ ସହ ତାଙ୍କର ୨୦ ରୁ ଅଧିକ ବୈଠକ ହୋଇଥିଲା, କିନ୍ତୁ ସେ କେବେବି ଦୁର୍ନୀତି ପ୍ରସଙ୍ଗ ଉଠାଇ ନାହାଁନ୍ତି। ରାନ୍ଧୱା କହିଛନ୍ତି, ‘ଆମେ ଗଜେନ୍ଦ୍ର ସିଂ ଶେଖୱତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ, ସେ ମଧ୍ୟ ସିଏମଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଦ୍ୱିତୀୟ କଥା ହେଉଛି ରାଜସ୍ଥାନର ଚାଷୀଙ୍କ ରଣ ଛାଡ, ବିଦ୍ୟୁତ୍ ବିଲ୍ ଛାଡ, ସିଲିଣ୍ଡର ଉପରେ ସବସିଡି, ପୁରୁଣା ପେନ୍ସନ୍ ଫେରାଇବା ଭଳି ପଦକ୍ଷେପ ନେଇଛୁ। ସେ (ପାଇଲଟ୍) ଏହା ବିଷୟରେ ଆଲୋଚନା କରିବା ଉଚିତ୍ । କିନ୍ତୁ ସେ ଯେଉଁଭଳି କଥା କହିଛନ୍ତି ତାହା ଠିକ୍ ନୁହେଁ। ଏହି ବିଷୟରେ ସେ ମଙ୍ଗଳବାର ଦିନ ଜୟପୁରରେ ଯାଇ ଉଭୟ ପାଇଲଟ ଏବଂ ଗେହଲଟଙ୍କ ସହ କଥା ହେବେ ବୋଲି ସୂଚନା ଦେଇଛନ୍ତି । ଆଉ କହିଛନ୍ତି ପାଇଲଟ ଯେଉଁ ଦୁଇଟି ଚିଠି ବିଷୟରେ କହୁଛନ୍ତି ହୋଇଛନ୍ତି ମୁଁ ମଧ୍ୟ ତାହା ଦେଖିବି ଏବଂ ଉଭୟଙ୍କ ସହ କଥା ହେବି।

Get real time updates directly on you device, subscribe now.