fbpx
BJD SKY
BJD SKY

ଟି-୨୦ ଫର୍ମାଟକୁ ‘କ୍ରୁର’ କହିଲେ ସଚିନ ତେନ୍ଦୁଲକର, କାହିଁକି ଏମିତି କହିଲେ ମାଷ୍ଟର ବ୍ଲାଷ୍ଟର

BJD

ମୁମ୍ବାଇ: ରେକର୍ଡ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦଳ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ  ମ୍ୟାଚ୍ ଜିତି ପାରି ନାହିଁ। ସାତଟି ଖେଳି ସବୁ ମ୍ୟାଚରେ ଦଳ ହାରିବାରେ ଆଇପିଏଲ ଇତିହାସରେ ପ୍ରଥମ ଦଳ ହେବାର ଅପଖ୍ୟାତି ଅର୍ଜନ କରିଛି। ଏହା ମଧ୍ୟରେ ଦଳର ମେଣ୍ଟର ତଥା ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ଟି-୨୦କ କ୍ରୁର ଫର୍ମାଟ୍ ଦର୍ଶାଇଛନ୍ତି, ଯେଉଁଥିରେ ଛୋଟ ଭୁଲ୍ ମଧ୍ୟ ଭାରି ପଡୁଛି। ସେ ମୁମ୍ବାଇ ଇଣ୍ଡିଆନ୍ସକୁ ନିର୍ଣ୍ଣାୟକ ମୁହୂର୍ତ୍ତରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି।

ରୋହିତ ଶର୍ମାଙ୍କ ନେତୃତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ଅଦ୍ୟାବଧି ଚଳିତ ସିଜିନରେ ନିଜର ସମସ୍ତ ସାତ ମ୍ୟାଚ୍ ହାରି ସାରିଛି। ସଚିନ ଷ୍ଟାର ସ୍ପୋର୍ଟ୍ସ ସହ ମାଥ୍ୟୁ ହେଡେନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଏହି ଫର୍ମାଟରେ ଏମିତି କୌଣସି ଦଳ ନାହିଁ ଯିଏ ଏହା ଅନୁଭବ କରି ନାହିଁ, ଯେମିତି ଆଜି ମୁମ୍ବାଇ ଇଣ୍ଡିଆନ୍ସ ଅନୁଭବ କରୁଛି। ଏହି ଫର୍ମାଟ ସବୁଠୁ କ୍ରୁର ହୋଇପାରେ। ମ୍ୟାଚରେ ଗୁରୁତ୍ଵପୂର୍ଣ୍ଣ ସମୟର ଫାଇଦା ଉଠାଇବା ଜରୁରୀ। ଏଥିରେ ଭୁଲଟିଏ ବହୁତ ଭାରି ପଡିଥାଏ। ଅନେକ ଥର ଆପଣ ୨ କିମ୍ବା ୩ ରନରେ ହରିଥାନ୍ତି କିମ୍ବା ଶେଷ ବଲରେ ହାରିଥାନ୍ତି।

ସଚିନ କହିଛନ୍ତି, ଏହି ପରି ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବା ଜରୁରୀ। ନିର୍ଣ୍ଣାୟକ ସମୟରେ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତାଯାଇ ପାରିବ। ଯୁବ ଖେଳାଳିଙ୍କୁ ଜମିବାରେ ସମୟ ଲାଗିବ। ସେ କହିଛନ୍ତି ଆହ୍ଵାନପୂର୍ଣ୍ଣ ସିଜିନ ହୋଇଥିଲେ ମଧ୍ୟ ଖେଳାଳିମାନେ ବହୁତ ପରିଶ୍ରମ କରିଛନ୍ତି। ଏହା ନୂତନ ଏବଂ ଯୁବ ଦଳ। ସେମାନଙ୍କୁ ପରିସ୍ଥିତି ସହ ଖାପ ଖୁଆଇବାରେ ଟିକେ ସମୟ ଲାଗିବ। ଏହି ଧରଣର ସମୟରେ ପରସ୍ପର ସହ ରହି ଆପଣ ସମାଧାନର ରାସ୍ତା ବାହାର କରି ପାରିବେ ବୋଲି ସଚିନ କହିଛନ୍ତି।

 

Get real time updates directly on you device, subscribe now.