fbpx

ସଡ଼କ ସୁରକ୍ଷା ବିଶ୍ୱ ସିରିଜ କ୍ରିକେଟ୍‌ : ଇଣ୍ଡିଆ ଲିଜେଣ୍ଡ ଦଳର ନେତୃତ୍ୱ ନେବେ ତେନ୍ଦୁଲକର

ନୂଆଦିଲ୍ଲୀ: ଚଳିତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ସଡ଼କ ସୁରକ୍ଷା ବିଶ୍ୱ ସିରିଜ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଏଥିରେ ବିଭିନ୍ନ ଦେଶର ପୁରୁଖା ତଥା ଅବସରପ୍ରାପ୍ତ କ୍ରିକେଟର୍‌ମାନେ ଅଂଶଗ୍ରହଣ କରିବେ । ନ୍ୟୁଜିଲାଣ୍ଡ ଲିଜେଣ୍ଡ ଟିମ୍‌ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାରେ ସାମିଲ ହୋଇଛି । ଏହାବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଲିଜେଣ୍ଡ ଟିମ୍‌ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଭାରତ ରତ୍ନ ପୁରଷ୍କାର ବିଜେତା କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର ଇଣ୍ଡିଆ ଲିଜେଣ୍ଡ ଟିମ୍‌ର ନେତୃତ୍ୱ ନେବାପାଇଁ ମନୋନୀତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ, ସୂଚନା ଓ ପ୍ରସାରଣ ଏବଂ ଯୁବସେବା ଓ କ୍ରୀଡ଼ା ମନ୍ତ୍ରଣାଳୟ ଏହି ସିରିଜକୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ସଡ଼କ ସୁରକ୍ଷା ଦିଗରେ ଏହି ସିରିଜର ବିଶେଷ ଗୁରୁତ୍ୱ ରହିଛି । ସେହିରି କେନ୍ଦ୍ର ସୂଚନା ପ୍ରସାରଣ ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସଡ଼କ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏହି ସିରିଜର ଯଥେଷ୍ଟ ମହତ୍ତ୍ୱ ରହିଛି

Get real time updates directly on you device, subscribe now.