fbpx

‘ଦ କାଶ୍ମୀର ଫାଇଲ୍ସ’ ପରି ରାମ ମନ୍ଦିର ସଂଘର୍ଷ ଉପରେ ମଧ୍ୟ ନିର୍ମାଣ ହେଉ ଫିଲ୍ମ- ସାଧ୍ଵୀ ଋତୁମ୍ଭରା

ଉଦୟପୁର: ‘ଦ କାଶ୍ମୀର ଫାଇଲ୍ସ’ ପରି ରାମ ମନ୍ଦିର ପାଇଁ ସଂଘର୍ଷ ଉପରେ ଫିଲ୍ମ ନିର୍ମାଣ ହେବା ଉଚିତ୍। ଏହା କହିଛନ୍ତି ସାଧ୍ଵୀ ଋତୁମ୍ଭରା। କାଶ୍ମୀର ଫାଇଲ୍ସରେ କାଶ୍ମୀରରେ ହିନ୍ଦୁଙ୍କ ସହ ଯାହା ଘଟିଥିଲା ତାହା ସତ୍ୟ ଘଟଣା ଦେଖାଯାଇଛି। ସାଧ୍ଵୀ ଋତୁମ୍ଭରା ଶନିବାର ହିନ୍ଦୁ ନବ ବର୍ଷ କାର୍ଯ୍ୟକ୍ରମରେ ଭାଗ ନେବାକୁ ଉଦୟପୁର ପହଞ୍ଚିଥିଲେ। ସେ ସାମ୍ବାଦିକ ସମ୍ମିଳନୀ ଆଲୋଚନା କରି କହିଛନ୍ତି, ରାମ ମନ୍ଦିର ପାଇଁ ସଂଘର୍ଷ କିଛି କମ ନଥିଲା। ଏହା ଉପରେ ମଧ୍ୟ ଫିଲ୍ମ ନିର୍ମାଣ ହେବ ଏବଂ ଲୋକେ ଜାଣିବା ଉଚିତ୍ ଯେ ମନ୍ଦିର ପାଇଁ କେତେ ସଂଘର୍ଷ ହୋଇଛି।

ଦ କାଶ୍ମୀର ଫାଇଲ୍ସକୁ ନେଇ ସେ କହିଛନ୍ତି, ଏହି ଫିଲ୍ମରେ ଯାହା ଦେଖା ଯାଇଛି, ତାର ଯନ୍ତ୍ରଣା ୩୨ ବର୍ଷ ପରେ ମଧ୍ୟ ଭରି ଯାଇଛି। ପଡୋଶୀଙ୍କୁ ବେଘର କରି ଦିଆଗଲା। ମହିଳାଙ୍କ ସହିତ ଦୁଷ୍କର୍ମ କରାଗଲା। ଯେଉଁ ଲୋକେ କାଶ୍ମୀର ଘାଟିରେ ଅସହ୍ୟ ଥଣ୍ଡାରେ ଜୀବନ କଟିଥାନ୍ତି, ସେମାନେ ଜମ୍ମୁରେ ଗରମରେ ଡହଳ ବିକଳ ହୋଇଛନ୍ତି। ସେମାନେ ଟେଣ୍ଟରେ ବିଛାର ବିଷ ଜ୍ଵଳା ସହିଛନ୍ତି। ଯେଉଁ ଲୋକେ ଏହି ଯନ୍ତ୍ରଣା ସହିଛନ୍ତି, ସେମାନେ ନିଜ ଦୁଃଖ ବଖାଣିବା ସମୟରେ କାନ୍ଦି ପକାଉଛନ୍ତି। ସେମାନଙ୍କ ଆଖିରେ ଲୁହ ଅଟକୁ ନାହିଁ।

ସାଧ୍ଵୀ ରୁଷ ଏବଂ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରି କହିଛନ୍ତି, ଆମେରିକାର ଉଦ୍ଦେଶ୍ୟ ସେ ଅନ୍ୟ ଦେଶକୁ ଯାଇ ନିଜର ଦବଦବା ରଖିବାକୁ ଚାହେଁ। ସିଧାସଳଖ ୟୁରୋପ ସହ ତାର ଲଢେଇ। କିନ୍ତୁ ମୋଟାମୋଟି କହିବାକୁ ଗଲେ ଏହି ଦେଶରେ ଯାହା ଭୟଙ୍କର ଘଟଣା ଘଟି ଚାଲିଛି, ତା ଉପରେ ଫିଲ୍ମ ହେବା ଉଚିତ୍ ବୋଲି ଋତୁମ୍ଭରା କହିଛନ୍ତି।

Get real time updates directly on you device, subscribe now.