fbpx

କରୋନା ବିରୋଧରେ ସବୁଠାରୁ ସୁରକ୍ଷିତ ଟିକା ହେଉଛି ସ୍ଫୁଟନିକ୍-ଭି, ଅଧ୍ୟୟନରେ ହେଲା ଖୁଲାସା

ନୂଆଦିଲ୍ଲୀ: ଋଷିୟ କୋଭିଡ୍ ଟିକା ସ୍ଫୁଟନିକ୍-ଭି ହେଉଛି ସବୁଠାରୁ ପ୍ରଭାବଶାଳୀ ତଥା ସୁରକ୍ଷିତ ଟିକା । ବ୍ୟୁନସ୍ ଆୟର୍ସର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ହୋଇଥିବା ଏକ ଅଧ୍ୟୟନକୁ ଆଧାର କରି ଏହା ଦାବି କରିଛି । ମନ୍ତ୍ରାଳୟର କହିବା ମୁତାବକ, ଆର୍ଜେଣ୍ଟିନାର ବ୍ୟୁନସ୍ ଆୟର୍ସ ପ୍ରଦେଶରେ ଲଗାଯାଉଥିବା କୋଭିଡ୍ ଟିକା ମଧ୍ୟରେ ସ୍ଫୁଟନିକ୍-ଭି ସବୁଠାରୁ ପ୍ରଭାବଶାଳୀ ଭାବରେ ସାବ୍ୟସ୍ତ ହୋଇଛି । ଏହି ଟିକା ନେଇଥିବା ବ୍ୟକ୍ତି ମଧ୍ୟରେ କୌଣସି ବି ଲୋକର ମୃତ୍ୟୁ ହୋଇନାହିଁ । ଖାଲି ସେତିକି ନୁହେଁ ସ୍ଫୁଟନିକ୍-ଭି ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ପାଶ୍ୱର୍ ପ୍ରତିକ୍ରିୟା ବି ଦେଖାଯାଇନାହିଁ ।

ବ୍ୟୁନସ୍ ଆୟର୍ସରେ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଏକ ଅଧ୍ୟୟନ ହୋଇଥିଲା । ସେଥିମଧ୍ୟରୁ ୪୭ ପ୍ରତିଶତ ଟିକାନେଇଥିବା ବ୍ୟକ୍ତି ମଧ୍ୟରେ ଜ୍ୱର, ୪୫ ପ୍ରତିଶତଙ୍କ ଠାରେ ମୁଣ୍ଡବିନ୍ଧା, ୩୯.୫ ପ୍ରତିଶତଙ୍କ ଠାରେ ମାଂସପେଶୀରେ ବିନ୍ଧା ଏବଂ ୪୬.୫ ପ୍ରତିଶତଙ୍କ ଠାରେ ଟିକା ନେଇଥିବା ସ୍ଥାନରେ ବିନ୍ଧିବା ଅନୁଭବ ହୋଇଥିବା ଜଣାପଡିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଅଧ୍ୟୟନ ୨୦୨୦ ଡିସେମ୍ବର ୨୯ରୁ ଜୁନ୍ ୨୦୨୧ ମଧ୍ୟରେ ଟିକାକରଣ ରେକର୍ଡ ଉପରେ ଆଧାରିତ । ଏହି ଅବଧିରେ ସ୍ଫୁଟନିକ୍-ଭି ଟିକାର ୨୮ ଲକ୍ଷ, ସାଇନୋଫାର୍ମର ୧୩ ଲକ୍ଷ ଏବଂ ଆଷ୍ଟ୍ରାଜେନିକା ଟିକାର ୯ ଲକ୍ଷ ଡୋଜ୍ ଲଗାଯାଇଥିଲା । ଏହି ତିନିଟି ଟିକାରେ ପ୍ରତି ଦଶ ଲକ୍ଷରେ କ୍ରମଶଃ ୦.୭, ୦.୮ ଏବଂ ୩.୨ ପ୍ରତିଶତ ମାମଲାରେ ଟିକାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.