fbpx

ତାଲିବାନକୁ ପ୍ରଶଂସା କରି ଫସିଲେ ଆଫ୍ରିଦି; ସୋସିଆଲ ମିଡିଆରେ ଟ୍ରୋଲର ଶିକାର

AAKASH

ନୂଆଦିଲ୍ଲୀ:ତାଲିବାନକୁ ପ୍ରଶଂସା କରି ଏବେ ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟର ଶାହୀଦ ଆଫ୍ରିଦି । ପୂର୍ବରୁ କାଶ୍ମୀର ବିବାଦରେ ବି ସେ ଚର୍ଚ୍ଚା ସାଉଁଟି ଥିଲେ । ଆଉ ଏବେ ପୂର୍ବ କ୍ୟାଟେନଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ସେ ତାଲିବାନକୁ ପ୍ରଶଂସାରେ ପୋତି କାଉଛନ୍ତି ଶାହୀଦ ଆଫ୍ରିଦି । ଏହି ଭିଡ଼ିଓରେ ତାଲିବାନ ଶାନ୍ତି ଆଣିବାକୁ ସକାରାତ୍ମକ ଭାବେ ଫେରିଛି ବୋଲି କହିଛନ୍ତି । ଏମିତିକି ତାଲିବାନ ମହିଳାଙ୍କୁ ଅଧିକାର ଦେବା ସହ କାମ କରିବା ପାଇଁ ଭରୁର ସୁଯୋଗ ଦେବ । ଆଉ ତା ସହ ତାଲିବାନ କ୍ରିକେଟକୁ ବହୁତ ପସନ୍ଦ କରେ ବୋଲି ବି ଏହି ପାକିସ୍ତାନ କ୍ରିକେଟର କହିଛନ୍ତି । ଯାହା ଶୁଣି ଏବେ ସମସ୍ତେ ତାଜୁବ ହୋଇ ଯାଇଛନ୍ତି । ଏମିତିକି ପାକିସ୍ତାନରେ ବି ତାଙ୍କ ଫ୍ୟାନ ମାନେ ୟାକୁ ଗ୍ରହଣ କରି ପାରି ନାହାନ୍ତି ।

କୈଫିୟତ ଦେବାକୁ ଯାଇ ଏବେ ନିଜ ଜାଲରେ ନିଜେ ଫସିବାରେ ଲାଗିଛନ୍ତି ଶାହୀଦ । ଏକ ଜାତୀୟ ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଥିରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ପ୍ରୟାସ କରିଥିବା ଦେଖ।।ଇଛି । ତାଲିବାନର ଅସଲ ମୁଦ୍ଦା ଲୋକଙ୍କୁ ହଇରାଣ କରିବା ହିଁ ହୋଇନଥିବ । ଆଫଗାନ ବାସୀ ବି ତାଲିବାନର ପୁରୁଣା ରୂପ ମନେ ରଖିଛନ୍ତି । ଏମିତିକି ପୁରା ବିଶ୍ୱ କୋଡ଼ିଏ ବର୍ଷ ତଳର ସେହି ତାଲିବାନୀଙ୍କୁ ମନେ ରଖିଛି । ତେଣୁ ବିଶ୍ୱ ସମୁଦାୟ ସେମାନଙ୍କ ନିୟମ କାନୁନକୁ ନିନ୍ଦା କରୁଛନ୍ତି । ହେଲେ ଏବେ ଯୁଗ ପରିବର୍ତ୍ତନ ହୋଇଛି । ତେଣୁ ତାଲିବାନୀଙ୍କୁ ଭରସାକୁ ନିଆ ଯାଉ ବୋଲି ସେ ନିଜ କୈଫିୟତ ଦେଇଛନ୍ତି ।
ପୂର୍ବରୁ ଭାରତର ବିଭିନ୍ନ ପ୍ରସଙ୍ଗରେ ସେ ମୁହଁ ଖୋଲି ଟ୍ରୋଲର ଶିକାର ବି ହୋଇଛନ୍ତି । ଆଉ ଏବେ ତାଲିବାନ ପାଇଁ ବିଶ୍ୱ ସମୁଦାୟ ଆଗରେ ସେ ଉତ୍ତରଦାୟୀ ହୋଇଛନ୍ତି । ତେଣୁ ଆଗକୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଆଉ କଣ କହୁଛନ୍ତି ତାହା ହିଁ ଦେଖିବାକୁ ଅପେକ୍ଷା ।

Get real time updates directly on you device, subscribe now.