fbpx
BSKY
BJD YOUTH SKY
BJD MS SKY

ACF ସୌମ୍ୟ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାରେ ପୋଲିସକୁ କୌଣସି ନିଷ୍କର୍ସ ମିଳିନଥିବା ବେଳେ ତଦନ୍ତଭାର ଗ୍ରହଣ କରିଥିଲା କ୍ରାଇମବ୍ରାଞ୍ଚ । ଏପରି ପରସ୍ଥିତିରେ ପୂର୍ବରୁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କ୍ରାଇମବ୍ରାଞ୍ଚ ତଦନ୍ତର ସମ୍ମୁଖୀନ ହୋଇ ସାରିଥିବା ବେଳେ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀ ବର୍ତ୍ତମାନ ଜେରାର ସମ୍ମୁଖୀନ ହେବେ ।
ଏହା ପୂର୍ବରୁ ପୋଲିସ ତଦନ୍ତରେ ଡିଏଫ୍ଓଙ୍କୁ କ୍ଲିନଚିଟ୍ ମିଳିଥିଲା । ତେବେ ବିଭିନ୍ନ ଗଣମାଧ୍ୟମ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । ଏହା ସହିତ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.