fbpx

କଂଗ୍ରେସ କନ୍ଦଳରେ ପୂର୍ଣ୍ଣଛେଦ; ତାରାଙ୍କ ଉପରେ ବର୍ଷିଲେ କୈଳାସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଂଗ୍ରେସ କନ୍ଦଳରେ ପୂର୍ଣ୍ଣଛେଦ । ପିସିସି ପ୍ରଭାରୀ ଚେଲ୍ଲା କୁମାରଙ୍କ ଚରମ ବାଣୀ ପରେ ଗରମରୁ ନରମ ହୋଇଗଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ତଥା ଜୟପୁର ବିଧାୟକ ତାରା ବାହିନୀପତି । ତାରା କହିଛନ୍ତି ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି। ଦଳ ଛାଡ଼ିବେ ନାହିଁ ବୋଲି ତାରା ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। କଂଗ୍ରେସ ଦଳ ଏବେ ବ୍ୟାକ୍ଫୁଟରେ ଅଛି। କରାପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି। ସେ ଆହୁରି କହିଛନ୍ତି ମୋ ବିରୋଧରେ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି ସେମାନେ ମୋ ସମକକ୍ଷ ନୁହନ୍ତି । ଯଦି କିଛି କହିବାର ଅଛି ମୋ ସମ୍ମୁଖରେ କୁହନ୍ତୁ ।

ସେହିପରି ତାରାଙ୍କ ଉପରେ ବର୍ଷିଛନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାସ କଲେସିକା। ସେ କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହାଁଛନ୍ତି। ସେଥିପାଇଁ ସେ ଦଳିତ ଓ ଆଦିବାସୀ ନେତାଙ୍କୁ ବିରୋଧ କରୁଛନ୍ତି। ଆଉ କଂଗ୍ରେସରେ ରହି ବିଜେଡି ପାଇଁ ସେ ଓ ତାଙ୍କ ପତ୍ନୀ କାମ ପିସିସି ସଭାପତିଙ୍କୁ ବାହିନୀପତି ଦମ୍ପତି ସମାଲୋଚନା କରିବା ନେଇ ଶ୍ରୀ କୁଲେସିକା କହିଛନ୍ତି-“ମିଡିଆରୁ ଶୁଣିବାକୁ ପାଇଛି ସେ(ତାରା) କୁଆଡ଼େ ପିସିସି ସଭାପତିଙ୍କୁ କ୍ଷମା ମାଗିଛନ୍ତି। ଯଦି ଜଣେ ଭୁଲ୍‌ କରି କ୍ଷମା ମାଗିଦେବ ଓ ତାଙ୍କୁ କ୍ଷମା କରିଦିଆଯିବ, ତାହାହେଲେ ମୁଁ ମଧ୍ୟ ଭୁଲ୍‌ କରି କ୍ଷମା ମାଗିଦେବି। ଏବେବି ମୁଁ ଦାବି କରୁଛି, ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବା ଦରକାର।”

Get real time updates directly on you device, subscribe now.