fbpx

ପାରାଲିମ୍ପିକ୍ସ High-jumpରେ ଭାରତକୁ ମିଳିଲା ୨ ପଦକ; ଥଙ୍ଗାଭେଲୁ ଓ ଶରଦ କୁମାର ଜିତିଲେ ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ପୁଣି ଥରେ ଚମକିଛନ୍ତି ଭାରତୀୟ ଖେଳାଳି । ମଙ୍ଗଳବାର ଅନୁଷ୍ଠିତ ହାଇଜମ୍ପର ଟି-୬୩ ବର୍ଗରେ ଭାରତୀୟ ଖେଳାଳି ୨ଟି ପଦକ ବିଜୟୀ ହୋଇଛନ୍ତି । ରିଓ ସ୍ୱର୍ଣ୍ଣ ବିଜେତା ମରିୟାପ୍ପନ ଥଙ୍ଗାଭେଲୁ ମଙ୍ଗଳବାର ରୌପ୍ୟ ପଦକ ହାସଲ କରିଥିବା ବେଳେ ଅନ୍ୟତମ ଭାରତୀୟ ଖେଳାଳି ଶରଦ କୁମାର ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଆମେରିକାର ସାମ ଗ୍ରେୱେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ରିଓରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଅନ୍ୟତମ ଭାରତୀୟ ବରୁଣ ଭଟ୍ଟି ୭ମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।

ବର୍ଷା ବାଧାପ୍ରାପ୍ତ ଫାଇନାଲରେ ଥଙ୍ଗାଭେଲୁ ୧.୮୬ ମିଟର ଉଚ୍ଚତା ଡେଇଁଥିଲେ । ଆମେରିକାର ସାମ ଗ୍ରେୱେ ୧.୮୮ ମିଟର ଉଚ୍ଚତା ଡେଇଁଥିଲେ । ତେବେ ରିଓରେ ୧.୮୯ ମିଟର ଉଚ୍ଚତା ଅତିକ୍ରମ କରିଥିବାଗ ଥଙ୍ଗାଭେଲୁ ୧.୮୬ ମିଟରରେ ରହି ଯାଇଥିଲେ । ଅନ୍ୟତମ ଭାରତୀୟ ପଦକ ବିଜେତା ଶରଦ କୁମାର ୧.୮୩ ମିଟର ଉଚ୍ଚତା ଡେଇଁବା ସହିତ ଦେଶ ପାଇଁ ଦଶମ ପଦକ ହାସଲ କରିଥିଲେ । ରିଓରେ ବ୍ରୋଞ୍ଜ ହାସଲ କରିଥିବା ବରୁଣ ଭଟ୍ଟି କିନ୍ତୁ ମାତ୍ର ୧.୭୭ ମିଟର ଉଚ୍ଚତା ଡେଇଁ ସପ୍ତମ ସ୍ଥାନରେ ରହିଥିଲେ ।

Get real time updates directly on you device, subscribe now.