fbpx

ସୀମା ଟପିଲା ବର୍ବରତା ; ଶବକୁ ହେଲିକପ୍ଟରରେ ଝୁଲାଇ ସହର ବୁଲୁଛନ୍ତି ତାଲିବାନୀ

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଆଫଗାନୀ ନାଗରିକ । କେଉଁଠି ମହିଳାଙ୍କୁ ଦୁଷ୍କର୍ମ ତ କେଉଁଠି ହତ୍ୟା କରାଯାଉଛି । ହଜାର ହଜାର ଆଫଗାନୀ ନାଗରିକ ଦେଶ ଛାଡି ପଳାଉଥସିବା ବେଳେ ଏକ ଛାତିଥରାଇ ଦେବା ଭଳି ଭିଡ଼ିଓ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ଆମେରିକୀୟ ଚପରରେ ଏକ ଦଉଡିରେ ଓହଳାଇ ସହର ପରିକ୍ରମା କରିଛନ୍ତି ତାଲିବାନୀ ଆତଙ୍କୀ । ଏକ ଆମେରିକୀୟ ବ୍ଲାକ ହକ ଚପରରେ ଏହି ଆତଙ୍କୀ ମାନେ ଜଣେ ବ୍ୟକ୍ତିଙ୍କୁ ଲଟକାଇ କାନ୍ଦାହାର ପ୍ରଦେଶ ପରିକ୍ରମା କରିଥିଲେ । ତେବେ ଏହି ବ୍ୟକ୍ତି ଜଣକ ଜୀବନ୍ତ କି ମୃତ ତାହା ସ୍ପଷ୍ଟ ହୋଇନାହିଁ ।

ଭୂମିରୁ ଏହି ଭିଡିଓଟି ଶୁଟିଂ କରାଯାଇଥିବାରୁ ଲଟକିଥିବା ବ୍ୟକ୍ତି ଜଣକ ଜୀବନ୍ତ କି ମୃତ ତାହା ସ୍ପଷ୍ଟ ହୋଇନାହିଁ । ଆମେରିକୀୟ ସାମ୍ବାଦିକ ଲିଜ ହ୍ୱିଲର ଏହି ଭିଡିଓ ଶେୟାର କରିବା ସହିତ ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନଙ୍କୁ ନିନ୍ଦା କରିଛନ୍ତି । ଅନ୍ୟୁନ ୭ଟି ବ୍ଲାକ ହକ ଚପର ଆଫଗାନିସ୍ତାନରେ ରହିଥିବା ଜଣାପଡିଛି । ସେହିପରି ବିଗତ ୨୦ ବର୍ଷ ମଧ୍ୟରେ ଆମେରିକୀୟ ସେନା ରଖିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବର୍ତ୍ତମାନ ତାଲିବାନ ନିଜ ଅଧୀନକୁ ନେଇ ଯାଇଛି ।

Get real time updates directly on you device, subscribe now.