fbpx
BSKY
BJD MC SKY
BJD YOUTH SKY

ସାଉଦି ବିମାନ ବନ୍ଦରରେ ଆତଙ୍କୀ ହମଲା; ଡ୍ରୋନ ଆକ୍ରମଣରେ ୮ ଆହତ

ନୂଆଦିଲ୍ଳୀ: ସାଉଦି ଆରବରେ ଘଟି ଯାଇଛି ଏକ ଆତଙ୍କୀ ଆକ୍ରମଣ । ଆଫଗାନିସ୍ତାନ ରାଜଧାନୀ କାବୁଲରେ ଘଟିଥିବା ଭୟାବହ ଆକ୍ରମଣକୁ ସପ୍ତାହ ପୁରିନଥିବା ବେଳେ ସାଉଦି ଆରବର ଏକ ବିମାନ ବନ୍ଦରରେ ଘଟିଯାଇଛି ସମାନ ଢଙ୍ଗରେ ଆକ୍ରମଣ । ସାଉଦି ଆରବର ଆଭା ବିମାନବନ୍ଦରରେ ଘଟି ଯାଇଥିବା ଆକ୍ରମଣରେ ୮ ଜଣ ଲୋକ ଆହତ ହୋଇଥିବା ବେଳେ ଏକ ବିମାନ କ୍ଷତିଗ୍ରସ୍ତ ହୋଇଛି ।

ଇରାନ ସମର୍ଥିତ ଶିଟେ ବିଦ୍ରୋହୀଙ୍କ ସହ୦ିତ ସଂଘର୍ଷ କରୁଥିବା ସାଉଦି ଆରବର ମିଲିଟାରୀ ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁଁ । ଏକ ବିସ୍ଫୋରକ ଭର୍ତ୍ତି ଡ୍ରୋନ ସହାୟତାରେ ଏହି ଆକ୍ରମଣ ହୋଇଥିବା ବେଳେ ଡ୍ରୋନର ଭଗ୍ନାବଶେଷ ଜବତ କରାଯାଇଛି । ଏହି ଆକ୍ରମଣରେ ସଂପୃକ୍ତି ନେଇ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି ।

Get real time updates directly on you device, subscribe now.