-
World 141,324,150
WorldConfirmed: 141,324,150Active: 18,241,637Recovered: 120,058,448Death: 3,024,065 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 292,281Recovered: 2,765,100Death: 80,526 -
Pakistan 756,285
PakistanConfirmed: 756,285Active: 80,559Recovered: 659,483Death: 16,243 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ଲୋକପ୍ରିୟ କଳାକାର ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ଯୋଡି ବଲିଉଡର କାଫି ଚର୍ଚ୍ଚିତ ଯୋଡି ଅଟେ । ଦୁହିଁଙ୍କ ମଧ୍ୟରେ ପରସ୍ପରକୁ ନେଇ ରହିଛି ଖୁବ ଭଲପାଇବା, ଯାହାକୁ ସେମାନେ ସୋସିଆଲ ମିଡିଆ ପୋଷ୍ଟ ମାଧମରେ ମଧ୍ୟ ପ୍ରକାଶ କରିଥାନ୍ତି । ମୀରା ରାଜପୁତ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି, ଏମିତିରେ ସେ ନିଜର ଇ୍ନଷ୍ଟାଗ୍ରାମରେ ନିଜର ଫ୍ୟାନଙ୍କ ସହିତ କଥାବାର୍ତ୍ତା ମଧ୍୍ୟ କରନ୍ତି । ନିକଟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ‘This or That’ ରେ ମୀରା ତାଙ୍କ ଫ୍ୟାନଙ୍କୁ ତାଙ୍କୁ କିଛି ପ୍ରଶ୍ନ ପଚାରିବାକୁ କହିଥିଲେ ଯାହାର ଉତ୍ତର ମୀରା କିଛି ଏଭଳି ଭାବରେ ଦେଇଥିଲେ
ନିଜ ଅନ୍ଦାଜ ଫ୍ୟାନ୍ସଙ୍କୁ ଦେଲେ ଜବାବ
ଏହି ସେସନରେ ମୀରା ରାଜପୁତ ଫ୍ୟାନଙ୍କୁ ସାହିଦ କପୁରଙ୍କର କୌଣସି ଦୁଇଟି ଫିଲ୍ମର ଚରିତ୍ର ବାଛିବାପାଇଁ କହିଥିଲେ । ଫ୍ୟାନ ମଧ୍ୟ ପଚାରିଥିଲେ କବୀର ସିଂହ ନା ଟମୀ ସିଂହ ? ଯାହାର ଉତ୍ତରରେ ମୀରା ଲେଖିଥିଲେ, “ କବୀର, ଯାହା ହେଉ ସେ ନିଜ ଛଡା କାହାକୁ ଭଲ ତ ପାଉଛି” । ସାହଦି କପୁର ଚଳଚିତ୍ର ‘ଉଡତା ପଞ୍ଜାବରେ’ ଟମୀ ସିଂହ ଚରିତ୍ରରେ ଅଭିନୟ କରିଥିଲେ, ଯାହକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସେହିଭଳି କବୀର ସିଂହ ଚଳଚିତ୍ର ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ମଧ୍ୟ ରହିଥିଲେ ।
ସେହିଭଳି ଆଉ ଜଣେ ଫ୍ୟାନ ତାଙ୍କୁ ସାହିଦ ବିଏଫଏଫ ନା ସାହିଦ ହବ୍ୱି ? ପଚାରିଥଲେ ଯାହାର ଉତ୍ତ୍ରରେ ମୀରା ଲେଖିଥିଲେ “ ବାହାଘର ବେଳେ ଏହା ତାଙ୍କ ପାଇଁ ଟୁ ଫର ୱାନ ଅଫର ଥିଲା” । ସେହିଭଳି ଆଉଜଣେ ଫ୍ୟାନ ସାହିଦ ଏବଂ ଖାଇବାକୁ ବାଛିବାକୁ ପଶ୍ନ୍ନ କରିଥିଲେ, ଯାହାର ଉତ୍ତରେ ସେ ଖାଇବାକୁ ବାଛିଥିଲେ ।
ଗତ ଫେବୃଆରୀ ମାସରେ ସାହିଦ ନିଜର ୪୦ତମ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନକୁ ନେଇ ମୀରା ଇ୍ନଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ କରିଥିଲେ । ମୀରା ଉଭୟଙ୍କର ଏକ ରୋମାଣ୍ଟିକ ଫଟୋ ସେୟାର କରିବା ସହ ଲେଖିଥିଲେ-“ଯେତେବେଳେ ମୁଁ ତୁମ ସାଥିରେ ଥାଏ, ମତେ ବହୁତ ଭଲଲାଗେ, ତୁମକୁ ୪୦ତମ ଜନ୍ମଦିନର ଶୁଭକାମନା” ।
ତେବେ ସାହିଦ କପୁର ଅଗାମୀ ଫିଲ୍ମ ‘ଜର୍ସି’ରେ ନଜର ଆସିବେ, ଏହି ଫିଲ୍ମ ୨୦୨୧ ଦୀପାବଳୀରେ ରିଲିଜ ହେବ । ସାହିଦ ନିଜର ଡିଜିଟାଲ ଡେବ୍ୱୁ ମଧ୍ୟ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରାଜ ଏବଂ ଡି.କେଙ୍କ ଆଗାମୀ ଥ୍ରୀଲର ସିରିଜ ଉପରେ ସେ କାମ କରୁଛନ୍ତି ।