fbpx

ଦତାତ୍ରେୟ ସାଇ ଆଶ୍ରମ ପରିସରରୁ ୨ଟି ବିରାଟକାୟ ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସ୍ନେକ ରେସ୍କ୍ୟୁ ସଦସ୍ୟ

ଢ଼େଙ୍କାନାଳ, (ଭାସ୍କର ନ୍ୟୁଜ୍‌) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ଦତାତ୍ରେୟ ସାଇ ଆଶ୍ରମ ପରିସରରୁ ଦୁଇଗୋଟି ବିରାଟକାୟ ଅହିରାଜ ସାପକୁ ସ୍ନେକ ରେସ୍କ୍ୟୁ ସଦସ୍ୟମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । କପିଳାସ ପାହାଡ ସ୍ଥିତ ଅଭୟାରଣ୍ୟରେ ଏହି ଅଂଚଳରେ ଅନେକ ବିଷଧର ସାପ, ଔଷଧୀୟ ଗୁଳ୍ମ, ପଶୁ, ପକ୍ଷୀମାନ ରହି ବଂଶ ବିସ୍ତାର କରିଥାନ୍ତି । ଅନେକ ସମୟରେ ପଶୁ, ପକ୍ଷୀ, ସାପ ଜଙ୍ଗଲରୁ ବାହାରି ପଦାକୁ ଆସିଥାନ୍ତି। ଜଙ୍ଗଲ ଖାଲି ହେବା କି ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଅତ୍ୟଧିକ ଉତାପ ବଢିବା କାରଣରୁ ଏହି ଜୀବଜନ୍ତୁ ଓ ସରିସୃ ମାନେ ଗ୍ରାମ ଅଭିମୁଖେ ହୋଇ ଆତ୍ମଗୋପନ କରିବାକୁ ଉଦ୍ୟମ କରିଥାଆନ୍ତି ।

ଏହି ପରିପ୍ରେକ୍ଷୀରେ ଦତାତ୍ରେୟ ସାଇ ଆଶ୍ରମ ପରିସରରେ ୨ ଗୋଟି ଅହିରାଜ ସାପକୁ ଆଶ୍ରମ କର୍ମଚାରୀମାନେ ଦେଖି ସ୍ନେକ ରେସ୍କ୍ୟୁ ସଦସ୍ୟଙ୍କ ସହ ବଣ୍ୟଜନ୍ତୁ ସୁରକ୍ଷା ଦଳକୁ ଟେଲିଫୋନ କରି ଡକାଯାଇଥିଲା । ସ୍ନେକ ରେସ୍କ୍ୟୁ ସଦସ୍ୟ ପପୁନ ଦାସଙ୍କ ନେତୃତ୍ୱରେ ସୁଜିତ କୁମାର ନନ୍ଦ, ଜୟନ୍ତ କୁମାର ମଲ, ଶେଖ ଲାଲୁ ପ୍ରମୂଖ ଘଟଣା ସ୍ଥଳରେ ପହଁଚି ଗୋଟିଏ ୧୬ ଫୁଟିଆ ଓ ଅନ୍ୟ ଏକ ୧୦ ଫୁଟିଆ ଅହିରାଜକୁ ଉଦ୍ଧାର କରିଥିଲେ । ପରେ ଏହି ଉଦ୍ଧାର ସାପକୁ ଉଦ୍ଧାରକାରୀ ଦଳ ବନବିଭାଗ କର୍ମଚାରୀଙ୍କ ସହଯୋଗ କ୍ରମେ କପିଳାସ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବାର ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତ ବର୍ଷ ଏହି ହନୁମାନ ଜୟନ୍ତୀ ଦିନ ଅହିରାଜ ସାପ ଉଦ୍ଧାର ହୋଇଥିବା ବେଳେ ଚଳିତ ବର୍ଷ ଠିକ୍‌ ଏହି ଦିନରେ ୨ ଗୋଟି ଅହିରାଜ ସାପ ଉଦ୍ଧାର ହୋଇଥିବା କାରଣରୁ ଦତାତ୍ରେୟ ସାଇ ଆଶ୍ରମ ଠାରେ ଅୟିସୂର୍ଯ୍ୟ କୃପା । ରହିଥିବା ଆଶ୍ରମବାସୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.