fbpx

ହାଥରସ ଅଘଟଣ ପରେ ପ୍ରେମାନନ୍ଦ ମହାରାଜ ଜୀଙ୍କ ବଡ଼ ନିଷ୍ପତ୍ତି, ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବନ୍ଦ କଲେ ପଦଯାତ୍ରା

Advertisement

ନୂଆଦିଲ୍ଲୀ: ନିକଟରେ ଉତ୍ତରପ୍ରଦେଶ ହାଥରସ ସ୍ଥିତ ଏକ ସତସଙ୍ଗ ସଭାରେ ଦଳାଚକଟାରେ ପ୍ରାୟ ୧୨୧ ଜଣଙ୍କ ମୃତୁ୍ୟ ହୋଇଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଅଘଟଣକୁ ଦୃଷ୍ଟିରେ ରଖି ସନ୍ତ ପ୍ରେମାନନ୍ଦ ତାଙ୍କ ଦର୍ଶନ ପାଇଁ ଆସୁଥିବା ଶତାଧିକ ଭକ୍ତଙ୍କ ପଦଯାତ୍ରାକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିଛନ୍ତି । କହିରଖୁଛୁ ସନ୍ତଙ୍କ ଆବାସ ଠାରୁ ଆଶ୍ରମର ଦୂରତା ପ୍ରାୟ ୨ କିଲୋମିଟର । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ସନ୍ତ ପ୍ରେମାନନ୍ଦ ଦୈନିକ ରାତି ପ୍ରାୟ ୨ଟା ୧୫ରେ ଛଟିକରା ମାର୍ଗ ସ୍ଥିତ ନିଜ ଆବାସ ଠାରୁ ପଦଯାତ୍ରା କରି ପରିକ୍ରମା ମାର୍ଗ ସ୍ଥିତ ନିଜ ଆଶ୍ରମ ଶ୍ରୀହିତ୍ ରାଧାକେଲି କୁଞ୍ଜ ପହଂଚିଥାନ୍ତି । ସେଠାରେ ତାଙ୍କର ପ୍ରବଚନ ଏବଂ ଏକାନ୍ତିକ ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସନ୍ତଙ୍କ ପ୍ରବଚନ ଶୁଣିବା ପାଇଁ ପ୍ରତିଦିନ ଶତାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସନ୍ତଙ୍କ ସହାୟକ ଭିଡ଼କୁ ନିୟନ୍ତ୍ରଣ କରିଥାନ୍ତି । ଶ୍ରୀହିତ ରାଧା କେଲି କୁଞ୍ଜ ସୋସିଆଲ ମିଡିଆରେ ସନ୍ତଙ୍କ ଶ୍ରଦ୍ଧାଳୁଙ୍କ ଉଦେ୍ଦଶ୍ୟରେ ନିବେଦନ କରି ଲେଖିଛନ୍ତି, ‘ହାଥରସରେ ହୋଇଥିବା ଅଘଟଣ ଅତ୍ୟନ୍ତ ହୃଦୟ ବିଦାରକ । ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରିୟଜନଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି । ତେଣୁ ଠାକୁର ଜୀଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ଭବିଷ୍ୟତରେ ଏପରି କୌଣସି ଘଟଣା ନ ଘଟୁ । ତେଣୁ ଶ୍ରଦ୍ଧାଳୁମାନଙ୍କୁ ରାତିରେ ସନ୍ତଙ୍କ ଦର୍ଶନ ପାଇଁ ରାସ୍ତାରେ ଛିଡ଼ା ହେବା ସହ ଭିଡ଼ କରିବା ପାଇଁ ବାରଣ କରାଯାଇଛି ।’

 

 

Get real time updates directly on you device, subscribe now.