fbpx

ଡୋପିଂ ଟେଷ୍ଟରେ ସଜାଦ୍ ଫେଲ୍: ପ୍ରଥମ ଆଥଲେଟ ଭାବେ ଅଲିମ୍ପିକ୍ସରୁ ବାଦ୍ ପଡ଼ିଲେ ଜୁଡୋ ପ୍ଲେୟର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ମଞ୍ଚ । ଏଥିପାଇଁ ସମସ୍ତ ଦେଶ ଏବଂ ବିବିଭନ୍ନ କ୍ରୀଡ଼ାର ଖେଳାଳି ରଣନୀତି ପ୍ରସ୍ତୁତି କରୁଛନ୍ତି । ଏହାଭିତରେ ଇରାକର ଷ୍ଟାର ଜୁଡୋ ଖେଳାଳି ସଜାଦ୍ ସେହେନଙ୍କୁ ଲାଗିଛି ଏକ ଶକ୍ତ ଝଟକା । ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପିଂ ଟେଷ୍ଟରେ ଫେଲ୍ ହୋଇଛନ୍ତି ସାଜଦ । ଏହାପରେ ଚଳିତବର୍ଷର ପ୍ରଥମ ଆଥଲେଟ୍ ଭାବରେ ସଜାଦ୍ ସେହେନ ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍ ପଡ଼ିଛନ୍ତି । ଦୁଇଟି ଆନାବୋଲିକ ଷ୍ଟେରୋଏଡ ପାଇଁ ଡୋପ୍ ଟେଷ୍ଟ ଦେଇଥିବା ବେଳେ ଏଥିରେ ସେ ପଜିଟିଭ ହୋଇଥିବା ସୂଚନା ଦେଇଛି ଇଣ୍ଟରନେସନାଲ ଟେଷ୍ଟିଂ ଏଜେନ୍ସି ।

Get real time updates directly on you device, subscribe now.