fbpx

ଘଟିବ ପ୍ରତୀକ୍ଷାର ଅନ୍ତ: ଏହି ତାରିଖରେ OTTରେ ଆସିବ ଭାଇଜାନଙ୍କ ‘ଅନ୍ତିମ’

ମୁମ୍ବାଇ:ବହୁତ ଦିନର ଅପେକ୍ଷାର ଅନ୍ତ ଘଟିବକୁ ଯାଉଛି । ପ୍ରାୟ ଏକ ମାସ ବିଳମ୍ବରେ ଓଟିଟିରେ ଆସିବାକୁ ଯାଉଛି ଫିଲ୍ମ ‘ଅନ୍ତିମ’ । ଦବଙ୍ଗ ଖାନଙ୍କ ବହୁପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଅନ୍ତିମ-ଦ ଫାଇନାଲ୍ ଟ୍ରୁଥ୍’ ଓଟିଟିରେ ଆସିବାକୁ ଯାଉଛି । ସଲମାନ ଖାନଙ୍କ ଜନ୍ମଦିନ ପୂର୍ବରୁ ଫିଲ୍ମଟି ଓଟିଟିରେ ଆସିବ । ପୂର୍ବରୁ ସଲମାନଙ୍କ ଫିଲ୍ମ ରାଧେ ମଧ୍ୟ ସିଧା ସଳଖ OTT ରେ ରିଲିଜ ହୋଇଥିଲା । ‘ଅନ୍ତିମ-ଦ ଫାଇନାଲ୍ ଟ୍ରୁଥ୍’ ଆସନ୍ତା ୨୪ ଡିସେମ୍ବରେ ମୁକ୍ତିଲାଭ କରିବାକୁ ଯାଉଛି । ‘ଅନ୍ତିମ’ ଫିଲ୍ମ ଜି୫ ଡିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଜି୫ର ମୁଖ୍ୟ ମନୀଷ କାଲ୍ରା କହିଛନ୍ତି, ଏହି ଫିଲ୍ମ ଦର୍ଶକମାନଙ୍କୁ ପସନ୍ଦ ଆସିବ । ଏହି ଆକ୍ସନ ଫିଲ୍ମରେ ମୁଖ୍ୟ ଅଭିନେତା ସଲମାନ ଖାନ , ଆୟୁଷ ଶର୍ମା ଅଛନ୍ତି ଯାହା ଦର୍ଶକ ଉପଭୋଗ କରିବେ ।

‘ଅନ୍ତିମ’ ଫିଲ୍ମଟି ସଲମାନ ଖାନଙ୍କ ଜନ୍ମଦିନ ପୂର୍ବରୁ ଡିଜିଟାଲ ଭାବରେ ରିଲିଜି ହେବାକୁ ଯାଉଛି । ମନୀଷ କାଲ୍ରା କହିଛନ୍ତି ଯେ , ସଲମାନ ଖାନଙ୍କ ଫ୍ୟନ୍ ତାଙ୍କ ଜନ୍ମଦିନ ଉପହାର ରୂପେ ଗ୍ରହଣ କରିବେ ।

Get real time updates directly on you device, subscribe now.