fbpx

ଡଟ ଫେଷ୍ଟ ଅନ୍ତିମ ସନ୍ଧ୍ୟା:ଓଡ଼ିଆ ଗୀତାରେ ନାଚିଲେ ଆଉ ନଚାଇଲେ ସଲମାନ

ଭୁବନେଶ୍ୱର:ହକି ପାଇଁ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କେବଳ ଦର୍ଶକ ମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ଉଦ୍ଦେଶ୍ୟରେ ବିଏମସି ଆଉ ବିଡିଏ ଦ୍ୱାରା ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏହା ଭିତରେ ଗୋଟିଏ ହେଉଛି ଭୁବନେଶ୍ୱର ଲାଇଭ । ଯେଉଁଠାରେ ବଲିଉଡର ବହୁ ନାମିଦାମୀ କଳାକାର ମାନେ ଆସି ୭ ଟାରୁ ୧୦ ଟା ପର୍ଯ୍ୟନ୍ତ ସମସ୍ତ ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଉଥିଲେ । ଦୀର୍ଘ ୧୦ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିବସ ଥିବା ବେଳେ ବହୁ ଲୋକଙ୍କର ସମାଗମ ହୋଇଥିଲା ।

ପ୍ରଦର୍ଶନୀ ପଡିଆରେ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ବେଳେ ଆଜି ସନ୍ଧ୍ୟାରେ ଡିଆଇଡି ବିଜେତା ସଲମାନ ୟୁସୁଫ ଖାନ, ଇଣ୍ଡିଆନ ଆଇଡଲର ବିଜେତା ପୱନଦୀପ, ରନର୍ସଅଫ ଅରୁନ୍ଦିତା ଆଉ ବଲିଉଡର ଖ୍ୟାତି ତଥା ହକିର ଥିମ ସଙ୍ଗ ଗାଇଥିବା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂଙ୍କର ପାଳିଥିଲା ।

ସନ୍ଧ୍ୟାର ଆରମ୍ଭ ସଲମାନଙ୍କ ନାଚରୁ ହୋଇଥିଲା । ପରେ ପରେ ଷ୍ଟେଜ ସମ୍ଭାଳିଥିଲେ ପୱନଦୀପ ଆଉ ଅରୁନ୍ଦିତା । କିନ୍ତୁ ସଲମାନ ତାଙ୍କ ପ୍ରଥମ ଥର ଓଡିଶା ଆସିଥିବା ଅନୁଭୂତି ବାଣ୍ଟିବା ସହିତ ଓଡିଶାର ଦର୍ଶକ ମାନଙ୍କ ପାଇଁ ଏକ ସରପ୍ରାଇଜ ମଧ୍ୟ ରଖିଥିଲେ ।

ସଲମାନ ଓଡିଆ ଗୀତରେ ତାଙ୍କର ଦମଦାର ନାଚ ପ୍ରଦର୍ଶନ କରିଥିଲେ । ଯାହାକି ବହୁତ ହୃଦୟସ୍ପର୍ଶୀ ଥିଲା । ଓଡିଆ ନ ଜାଣି ମଧ୍ୟ ଭୁବନେଶ୍ୱର ଡଟ ଫେଷ୍ଟରେ କଳାପ୍ରଦର୍ଶନ କରିଥିବା କଳାକାର ମାନେ ଓଡିଆ ଭାଷା ଶିଖିବା ସହିତ କିଛି ନା କିଛି ଓଡିଆ କହି ସବୁ ଦର୍ଶକଙ୍କ ହୃହୟ ଜିତିଥିଲେ । ଆଉ ଏହାଭିତରେ ସଲାମାନ ମଧ୍ୟ ଜଣେ । ଯିଏ ବହୁ ସୁନ୍ଦର ନୃତ୍ୟ ପରିବେଶଣ କରିଥିଲେ ।

Get real time updates directly on you device, subscribe now.