fbpx

୩ବର୍ଷ ପରେ ଟ୍ୱିଟରକୁ ଫେରିଥିଲେ କଙ୍ଗନା, ଦମଦାର ଭିଡିଓ ପୋଷ୍ଟ କରି ଉଡାଇଲେ ହୋସ

ନୂଆଦିଲ୍ଲୀ:୩ ବର୍ଷ ପୂର୍ବେ ବଲିଉଡର ରାଣୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଅର୍ଥାତ୍ କଙ୍ଗନାଙ୍କ ପ୍ରତ୍ୟାବର୍ତ୍ତନ ଟ୍ୱିଟରରେ ହୋଇପାରିବ ନାହିଁ ବୋଲି ସୂଚନା ଥିଲା। କିନ୍ତୁ ମଙ୍ଗଳବାର ଦିନ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଟୁଇଟ୍ ଆସିବା ପରେ କଙ୍ଗନା ରାଣାୱତ ଙ୍କ ଟ୍ୱିଟ ହଠାତ୍ ଟ୍ୱିଟରରେ ଆଲୋଡ଼ନ ସୃଷ୍ଟି କରିଥିଲା । କଙ୍ଗନା ରାନାୱତଙ୍କ ପ୍ରତ୍ୟାବର୍ତ୍ତନରେ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।

ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି ‘ ର ଏକ ବିଟିଏସ୍ (ଦୃଶ୍ୟ ପଛରେ) ଭିଡିଓ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ ‘ଏମରଜେନ୍ସି ‘ର ସୁଟିଂ ଶେଷ ହୋଇଛି। ୨୦ ଅକ୍ଟୋବର ୨୦୨୩ ରେ ଆପଣ ସମସ୍ତେ ଏହାକୁ ସିନେମା ହଲରେ ଦେଖନ୍ତୁ।

ସୂଚନାମୁତାବକ କଙ୍ଗନା ରାନାୱତ ‘ଏମରଜେନ୍ସି’ ଚଳଚ୍ଚିତ୍ରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ଲୁକ୍ ଦେଖି ଲୋକମାନେ ଏହି ଫିଲ୍ମର ସୁପର ହିଟ୍ ହେବା କଥା କହିବା ଆରମ୍ଭ କରିଛନ୍ତି। ପ୍ରକୃତରେ, କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟ ମେ ୨୦୨୧ ରେ ସ୍ଥାୟୀ ଭାବରେ ସ୍ଥଗିତ ରହିଥିଲା, କାରଣ ଅଭିନେତ୍ରୀ କ୍ରମାଗତ ଭାବରେ ଟ୍ୱିଟର ନିୟମକୁ ଉଲ୍ଲଂଘନ କରିଥିଲେ।

ଟୁଇଟର କହିଛି ଯେ କଙ୍ଗନା ପୋଷ୍ଟରେ ଘୃଣା ବ୍ୟାପିବା ସହ ଅଶ୍ଳୀଳ ଭାଷା ବ୍ୟବହାର କରିଛି। ବଙ୍ଗଳା ନିର୍ବାଚନ ସମୟରେ ହିଂସା ବିରୋଧରେ କଙ୍ଗନା ଏକ ବିବାଦୀୟ ଟୁଇଟ୍ କରିଥିଲେ। ଏହା ପରେ କଙ୍ଗନାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା ।କିନ୍ତୁ ବର୍ତ୍ତମାନ କଙ୍ଗନା ଫେରି ଆସିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନରେ କଙ୍ଗନାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। କେବଳ ଟ୍ୱିଟର ନୁହେଁ, ଇନଷ୍ଟାଗ୍ରାମ ଏବଂ କୁ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଙ୍ଗନା ବହୁତ ସକ୍ରିୟ।

Get real time updates directly on you device, subscribe now.