fbpx
BSKY SKY
BSKY SKY

ପ୍ରାଇଭେଟ ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର: ଆସନ୍ତା ବର୍ଷରୁ ଏତିକି ବଢ଼ିବ ଦରମା

BSKY

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ଆସିଛି ବଡ଼ ଖବର, ଯାହାକୁ ଶୁଣି ଆପଣ ଖୁସି ହୋଇଯିବେ । ୨୦୨୨ ବର୍ଷର ଇନକ୍ରିମେଣ୍ଟ ସାଇକେଲ ସମାପ୍ତ ହୋଇଛି ଏବଂ ଚାକିରି କରିଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ୨୦୨୩ ରେ ଦରମା ବୃଦ୍ଧିକୁ ଅପେକ୍ଷା କରିଛନ୍ତି । ଏବେ ଖବର ଆସିଛି ଯେ, ଦେଶରେ କମ୍ପାନୀଗୁଡ଼ିକ ୨୦୨୩ ମସିହାରେ ଦରମା ୧୦ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ।

ବିଶ୍ୱର ପରାମର୍ଶଦାତା, ବ୍ରୋକିଂ ଏବଂ ସଲ୍ୟୁସନ ସେବା ପ୍ରଦାନକାରୀ କମ୍ପାନୀ ୱିଲିସ୍ ଟାୱାର୍ ୱାଟସନର ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତରେ କମ୍ପାନୀଗୁଡ଼ିକ ୨୦୨୨-୨୩ ମଧ୍ୟରେ ୧୦% ବେତନ ବୃଦ୍ଧି ପାଇଁ ବ୍ୟବସ୍ଥା କରୁଛନ୍ତି । ଗତ ବର୍ଷରେ ପ୍ରକୃତ ଦରମା ୯.୫ ପ୍ରତିଶତ ବୃଦ୍ଧି ହୋଇଥିଲା । ରିପୋର୍ଟ ଅନୁଯାୟୀ, ଭାରତରେ ଅର୍ଦ୍ଧେକ (୫୮ ପ୍ରତିଶତ) ନିଯୁକ୍ତିଦାତା ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅଧିକ ବେତନ ବୃଦ୍ଧି ପାଇଁ ବଜେଟ୍ କରିଛନ୍ତି ।

ଏକ ଚତୁର୍ଥାଂଶ (୨୪.୪ ପ୍ରତିଶତ) ବଜେଟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ରିପୋର୍ଟରେ କୁହାଯାଇଛି ଯେ, ୨୦୨୧-୨୨ ତୁଳନାରେ କେବଳ ୫.୪ ପ୍ରତିଶତ ବଜେଟ୍ ହ୍ରାସ କରାଯାଇଛି । ରିପୋର୍ଟ ଅନୁଯାୟୀ, ଏସିଆ ଏପିଏସି ଅଞ୍ଚଳରେ ସର୍ବାଧିକ ବେତନ ବୃଦ୍ଧି ଭାରତରେ ହେବ । ଆସନ୍ତା ବର୍ଷ ଚୀନରେ ୬ ପ୍ରତିଶତ, ହଂକଂ ଏବଂ ସିଙ୍ଗାପୁରରେ ୪ ପ୍ରତିଶତ ଦରମା ବୃଦ୍ଧି ହେବ । ଏପ୍ରିଲ୍ ଏବଂ ମେ ୨୦୨୨ ରେ ୧୬୮ ଟି ଦେଶରେ କରାଯାଇଥିବା ଏକ ସର୍ଭେ ଉପରେ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଭାରତରେ ୫୯୦ କମ୍ପାନୀ ସହ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.