fbpx

କର୍ମଚାରୀଙ୍କୁ ଛଟେଇ କରିବ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ: ଚେତାବନୀ ଦେବା ସହ କହିଲା କାରଣ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ ମଧ୍ୟରେ ଜଣାଶୁଣା ଟେକ୍ କମ୍ପାନୀ ‘ଗୁଗଲ’ ନିଜ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଚେତାବନୀ ଜାରି କରି କହିଛି କି, ଯଦି କୌଣସି କର୍ମଚାରୀଙ୍କ କାମରେ କମ୍ପାନୀକୁ ଭଲ ରେଜଲ୍ଟ ନମିଳିଲା, ତେବେ ତାଙ୍କୁ ଖୁବଶୀଘ୍ର ଚାକିରିରୁ ଛଟେଇ କରିଦିଆ ଯିବ ।

ତେବେ ଚଳିତ ମାସ ପ୍ରାରମ୍ଭରେ ଗୁଗଲ ସିଇଓ ସୁନ୍ଦର ପିଚାଇ କହିଥିଲେ କି, ସେ କର୍ମଚାରୀମାନଙ୍କ କାମରେ ସନ୍ତୁଷ୍ଟ ନାହାନ୍ତି । ଗୁଗଲ କ୍ଲାଉଡ୍ ସେଲ୍ସ ଡିପାର୍ଟମେଣ୍ଟରେ କାମ କରୁଥିବା କର୍ମଚାରୀମାନଙ୍କ ଅନୁସାରେ, ସେମାନଙ୍କ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ କମ୍ପାନୀ ସମସ୍ତ ସେଲ୍ସ ପ୍ରଡକ୍ଟିଭିଟିର ସମୀକ୍ଷା କରିବ ଏବଂ ଯଦି ଆଗାମୀ ତ୍ରୟୋମାସର ପରିଣାମ ଭଲ ନ ଦେଖିବ, ତା’ ହେଲେ କର୍ମଚାରୀମାନଙ୍କ ପାଇଁ ସମସ୍ୟା ବଢ଼ିପାରେ । ଏହି ଚେତାବନୀ ପରେ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି ।

ସୁନ୍ଦର ପିଚାଇଙ୍କ ଅନୁସାରେ, ଗୁଗଲର ପ୍ରଡକ୍ଟିଭିଟି ଆଶାଠାରୁ କମ୍ ରହିଛି, ଯାହା ଗୁଗଲକୁ ମିଳିବାର ଥିଲା । ୨୦୨୨ର ଦ୍ୱିତୀୟ ତ୍ରୟୋମାସରେ କମ୍ପାନୀର ଆୟ ଯଥେଷ୍ଟ ଦୁର୍ବଳ ଥିଲା, ଯେମିତି ପ୍ରଥମ ତ୍ରୟୋମାସରେ ହୋଇଥିଲା । ପିଚାଇ କହିଥିଲେ ଯେ ଗୁଗଲ ନିଜ କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ଯୋଗଦାନ ଦେବା ପାଇଁ ପ୍ରତ୍ସୋହିତ କରିବ । ଏହା ସହ ତାଙ୍କ କହିବା ମୁତାବକ, ୨୦୨୩ରେ କମ୍ପାନୀ କମ୍ ନିବେଶ ଓ କମ୍ କର୍ମଚାରୀଙ୍କୁ ନିଯୁକ୍ତିରେ ରଖିବ ।

Get real time updates directly on you device, subscribe now.