fbpx
BSKY
BJD SHG SKY
BJD YOUTH SKY

କୋଭିଡ୍ ଟିକା ନନେଲେ ବନ୍ଦ ହେବ ଦରମା: ଜିଲ୍ଲାପାଳ

କଟକ, ୫ା୨ (ଓଡିଶା ଭାସ୍କର): ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ କୋଭିଡ ଟିକା ନେବା ବାଧ୍ୟତାମୂଳକ । ଟିକା ନନେଲେ ବନ୍ଦ ହେବ ଦରମା । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଚରଣ ଚୟନି । ତେବେ ଏନେଇ ଜିଲ୍ଲାପାଳ କଟକ ମହାନଗର ନିଗମ, ଏସିବି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ, ସ୍ୱେଚ୍ଛାକୃତ ଟିକାଗ୍ରହଣ ମାନେ ନୁହେଁ ଯେ ଟିକା ନେବା ନାହିଁ । ଟିକା ନନେଲେ ଦରମା କିମ୍ବା ଷ୍ଟାଇପେଣ୍ଡ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଆସନ୍ତା ଫେବୃଆରୀ ୧୦ ତାରିଖ ସୁଦ୍ଧା ଟିକା ନନେଲେ ଦରମା ବନ୍ଦ ହେବ । ଟିକାଦାନ ନେଇ ଜନସାଧାରଣଙ୍କୁ ଯଥେଷ୍ଟ ସଚେତନ କରାଯାଇଛି । ରାଜ୍ୟରେ ଟିକାକରଣ କ୍ଷେତ୍ରରେ କଟକ ଜିଲ୍ଲା ପଛରେ ରହିଛି, ଯାହା ଜିଲ୍ଲା ପାଇଁ ଅପବାଦ ଆଣିଛି ।

Get real time updates directly on you device, subscribe now.