fbpx
BJD SKY
BJD SKY

ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବନ୍ଦ, ସୂଚନା ଦେଲେ କୃଷି ବିଭାଗ ପ୍ରମୁଖ ସଚିବ

BJD

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି କମାଇବା ପାଇଁ ବହୁଦିନରୁ ସରକାର ପ୍ରୟାସ କରିଆସୁଥିବା ବେଳେ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି। ସେଥିପାଇଁ ବିଭାଗୀୟ କର୍ମଚାରୀ କୃଷି ବିଭାଗକୁ ଚରମବାଣୀ ଦେଇଛି । ବର୍ତ୍ତମାନ ସଂପତ୍ତି ତାଲିକା ନଦେଲେ ଦରମା ଦିଆଯିବ ନାହଁ ବୋଲି ଘୋଷଣା କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଅଚଳ ଏବଂ ସଚଳ ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଓଡ଼ିଶା ସରକାର ଦୁର୍ନୀତିକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ କୃଷି ବିଭାଗୀୟ କର୍ମଚାରୀମାନେ ନିଜ ସଂପତ୍ତି ତାଲିକା ଦାଖଲ କରିବେ। ଚଳିତ ମାସ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଯେଉଁମାନେ ଦାଖଲ ନ କରିବେ ସେମାନଙ୍କୁ ୨୦୨୩ ବର୍ଷ ଫେବୃଆରୀ ମାସର ଦରମା ଦିଆଯିବ ନାହିଁ । ତେବେ ରାଜ୍ୟରେ କିଛିଦିନ ହେବ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲର ଶିକାର ହେଉଛନ୍ତି । ତେଣୁ ଏନେଇ କୃଷି ବିଭାଗର ପ୍ରମୁଖ ସଚିବ କଡା ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.