fbpx
BJD SKY
BJD SKY

ଭାଷଣ ପରିବର୍ତ୍ତନକୁ ନେଇ ବିରୋଧ; ବିଧାନସଭା ଛାଡି ଚାଲିଗଲେ ରାଜ୍ୟପାଳ

BJD

ତାମିଲନାଡୁ: ତାମିଲନାଡୁର ବିଧାନସଭାବରେ ଏକ ଅଭାବନୀୟ ଘଟମା ଦେଖିବାକୁ ମିଳିଛି । ଯାହାଫଳରେ ବର୍ତ୍ତମାନ ସେଠାରେ କିଛି ମାତ୍ରାରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ରାଜ୍ୟପାଳ ରାଗି ଚାଲିଯିବାରୁ ଏପରି ପରିସ୍ଥିତ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁର ବିଧାନସଭା ଚାଲିଥିବା ବେଳେ ରାଜ୍ୟପାଳ ତାଙ୍କର ଭାଷଣ ଦେଇଥିଲେ । ଯାହାକୁ ସେଠାକାର ମୁଖ୍ୟମନ୍ତ୍ରୀ ବିରୋଧ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଭାଷଣରେ ପରିବର୍ତ୍ତକୁ ନେଇ ରାଜ୍ୟପାଳଙ୍କୁ ବିରୋଧ କରିଥିଲେ । ଯେଉଁଥିରେ ଖୁବ ଜୋର ରାଗିଯାଇଥିଲେ ରାଜ୍ୟପାଳ ଆର୍. ଏନ୍. ରବି । ଯାହାଫଳରେ ସେ ବିଧାନସାଭା ଛାଡି ବାହାରକୁ ମଧ୍ୟ ପଳାଇ ଆସିଛନ୍ତି ।

ତେବେ ରାଜ୍ୟପାଳ ବିଧାନସଭାରୁ ବାହାରି ଆସିବା ଘଟଣାକୁ ନେଇ  ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି । ଏଥିସହିତ ରାଜ୍ୟପାଳ ଆର୍. ଏନ୍. ରବି ବିଧାନସାଭା ଛାଡି ବାହାରକୁ ଆସିବା ପରେ ତାମିଲନାଡୁର ରାଜନିତି ସରଗରମ ହୋଇଛି । ଏଥିସହିତ ଏହି ଘଟଣାକୁ ବର୍ତ୍ତମାନ ବିରୋଧି ଆଲୋଚନା ଆରମ୍ଭ କରିଥିବା ଜଣାପଡିଛି ।

Get real time updates directly on you device, subscribe now.