fbpx

ରାଜଧାନୀ ପ୍ରତିଷ୍ଠା ଦିବସରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ସାଲିଆ ସାହି ବାସିନ୍ଦା

ଭୁବନେଶ୍ୱର,୧୩ା୪ (ଓଡିଶା ଭାସ୍କର) : ଆଜି ହେଉଛି ରାଜଧାନୀର ପ୍ରତିଷ୍ଠା ଦିବସ । ଏହି ଅବସରରେ ସାଲିଆ ସାହି ବସ୍ତି ବାସିନ୍ଦା ମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ବାସସ୍ଥାନର ସ୍ଥାୟୀ ପଟ୍ଟା ଏବଂ ଘର ଦାବି କରିଛନ୍ତି । ଏନେଇ ଧର୍ମେନ୍ଦ୍ର ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜଧାନୀକୁ ବସ୍ତି ବାସିନ୍ଦା ମାନେ ନିଜ ପରିଶ୍ରମର ଝାଳରେ ତିଆରି କରିଛନ୍ତି । ତେଣୁ ସେମାନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ । ସେମାନଙ୍କର ଅସୁବିଧାର ସମାଧାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଧର୍ମେନ୍ଦ୍ର ଟୁଇଟ୍ ରେ ଲେଖିଛନ୍ତି ଯେ, “ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହିରେ ଦୀର୍ଘ ଦିନରୁ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ପଟ୍ଟା ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଦରକାର । ଏ ସର୍ମ୍ପକରେ ସେ କେନ୍ଦ୍ର ଜଙ୍ଗଲ ଓ ପରିବହନ ମନ୍ତ୍ରୀ ପ୍ରକାଶ ଜାଭେଦକର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀଙ୍କ ସହ କଥା ହେବି । ଏହି ସମସ୍ୟାର ସ୍ଥାୟୀ ସମାଧାନ ସହିତ କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ତା’ ପାଇଁ ଚେଷ୍ଟା କରିବି” । ଏଥିସହିତ ସେ ସମସ୍ତ ରାଜଧାନୀବାସୀଙ୍କୁ ପ୍ରତିଷ୍ଠା ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.