fbpx
BJD SKY
BJD SKY

ଭାଇରାଲ୍ ହେଉଛି ସଲମାନଙ୍କ ବଡି ଡବଲ୍ ପରେଜ୍ କାଜୀଙ୍କ ଫଟୋ

BJD

ମୁମ୍ବାଇ : ଚଳିତ ଇଦ୍ ରେ ଭାଇଜାନ୍ ସଲମାନ ଖାନ୍ ନିଜ ଫ୍ୟାନ୍ସ ମାନଙ୍କ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ଉପହାର ଆକାରରେ ଆଣିଛନ୍ତି । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଫିଲ୍ମଟି ଜି-୫ ରେ ମେ ୧୩ ତାରିଖରେ ରିଲିଜ୍ ହୋଇଛି । କୋଭିଡ୍ ମହାମାରୀ ପାଇଁ ଫିଲ୍ମଟିକୁ ଓଟିଟି ପ୍ଲାଟ୍ ଫର୍ମ ରେ ରିଲିଜ୍ କରାଯାଇଛି । ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ ସଲମାନଙ୍କ ଟ୍ୱିନ୍ ଙ୍କ ଫଟୋ ଭାଇରାଲ୍ ହେଉଛି । ତେବେ ଆପଣ ମାନେ ଭାବୁଥିବେ ସଲମାନଙ୍କ ଟୁଇନ୍ କିଏ । ତେବେ ସେ ହେଉଛନ୍ତି ପରେଜ୍ କାଜି ।

ରାଧେ ସେଟ୍ ରେ ସଲମାନଙ୍କ ସହ ପରେଜଙ୍କ ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । ସେ ହେଉଛନ୍ତି ସଲମାନଙ୍କ ବଡି ଡବଲ୍ । ପରେଜ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସଲମାନଙ୍କ ସହ ଉଠାଇଥିବା ଅନେକ ଗୁଡିଏ ଫଟୋ ସେୟାର କରିଛନ୍ତି । ସେ ଦେଖିବାକୁ ଏକରକମ୍ ସଲମାନଙ୍କ ପରି । ଫିଲ୍ମରେ ସଲମାନଙ୍କ କ୍ୟାରେକ୍ଟର୍ ରେ ହେଉଥିବା ସବୁ ପ୍ରକାର ଷ୍ଟଣ୍ଟ ପରେଜ୍ ହିଁ କରନ୍ତି ।

ନିକଟରେ ରାଧେ ଶୁଟିଂ ସେଟ୍ ରେ ଏକ ଫଟୋ ଭାଇରାଲ୍ ହୋଇଛି ଯେଉଁଥିରେ ସଲମାନଙ୍କ ଏବଂ ତାଙ୍କ ବଡି ଡବଲ୍ ଏକାପ୍ରକାରର ଆଉଟ୍ ଫିଟ୍ ରେ ନଜର ଆସିଛନ୍ତି । ଫଟୋ ଟିକୁ ପରେଜ୍ ନିଜ ଟୁଇଟର୍ ଆକାଉଣ୍ଟରେ ସେୟାର କରିଛନ୍ତି ।

ତେବେ ଖାଲି ରାଧେ ନୁହେଁ ବରଂ ଏହା ପୂର୍ବରୁ ଅନେକ ଫିଲ୍ମରେ ଦୁହେଁ ଏକାଠି କାମ କରିଛନ୍ତି । ଯେମିତିକି ଭାରତ, ଦବଙ୍ଗ ୩, ରେସ୍ ୩, ଟାଇଗର୍ ଜିନ୍ଦା ହେ, ପ୍ରେମ ରତନ୍ ଧନ ପାୟୋ । ଯେଉଁ ବି ଫିଲ୍ମ ରେ ସେ କାମ କରିଛନ୍ତି ସେ ସବୁ ବେଳର ଟୁଇନ୍ ଫଟୋକୁ ପରେଜ୍ ଲଗାତର ସେୟାର କରନ୍ତି ।

Get real time updates directly on you device, subscribe now.