fbpx
BJD SKY
BJD SKY

ଭୁବନେଶ୍ୱରରୁ ଆଜି ୧୧୫୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

BJD

ଭୁବନେଶ୍ୱର,୧୮ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୮୯୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୬୩ ହଜାର ୬୪୯ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୫୧ ହଜାର ୦୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧୨,୨୭୩ ଜଣ ଚିକିତ୍ସିତ ହେଉଥିବା ବେଳେ ୨୯୯ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.