fbpx

ସଲମାନ ଖାନଙ୍କ Body Doubleଙ୍କ ମୃତ୍ୟୁ: ଜିମରେ ୱାର୍କଆଉଟ୍ କରୁଥିବା ବେଳେ ଆସିଲା ହାର୍ଟଆଟାକ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଡୁପ୍ଲିକେଟ୍ ଭାବେ ପ୍ରସିଦ୍ଧ ସାଗର ‘ସଲମାନ’ ପାଣ୍ଡେଙ୍କ ପରଲୋକ ଘଟିଛି । ଆଜି ଦ୍ୱିପହର ପାଖାପାଖି ୧.୦୦ ସମୟରେ ଏହି ଘଟଣା ଘଟିଛି । ଜିମରେ ୱାର୍କଆଉଟ୍ କରୁଥିବା ସମୟରେ ‘ସଲମାନ’ ପାଣ୍ଡେଙ୍କୁ ହାର୍ଟ ଆଟାକ୍ ଆସିଥିଲା, ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ୫୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯେତେବେଳେ ସାଗର ‘ସଲମାନ’ ପାଣ୍ଡେଙ୍କୁ ଆଟାକ୍ ଆସିଥିଲା, ସେତେବେଳେ ସେ ଜିମରେ ଥିବା ଟ୍ରେଡ ମିଲରେ ବ୍ୟାୟାମ କରୁଥିଲେ ।

ତେବେ ନିକଟରେ, ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ଜିମରେ ଥିବା ଏକ ଟ୍ରେଡ୍ ମିଲରେ ବ୍ୟାୟାମ କରୁଥିବାବେଳେ ହାର୍ଟ ଆଟାକର ଶିକାର ହୋଇଥିଲେ । ଯାହା ପରେ ହାସ୍ୟ ଅଭିନେତା ପ୍ରାୟ ୪୦ ଦିନ ପରେ ୨୧ ସେପ୍ଟେମ୍ବରରେ ମୃତ୍ୟୁ ବରଣ କରିଥିଲେ । ସାଗର ସଲମାନ ଖାନଙ୍କ ପାଇଁ ବଜରଙ୍ଗୀ ଭାଇଜାନ, ପ୍ରେମ ରତନ ଧନ ପାୟୋ ଏବଂ ଟିଭି ସୋ ବିଗ୍ ବସ୍ ଭଳି ଅନେକ ବଡ ଚଳଚ୍ଚିତ୍ରରେ କାମ କରିଥିଲେ ।

ସାଗର ସଲମାନଙ୍କ ଡୁପ୍ଲିକେଟ୍ ଭାବରେ ବେଶ୍ ପ୍ରସିଦ୍ଧ ଥିଲେ ଏବଂ ପ୍ରାୟତଃ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସୋ ’ଷ୍ଟେଜ୍ କରୁଥିଲେ । ସାଗରଙ୍କ ବନ୍ଧୁ ତଥା ଶାହରୁଖ ଖାନଙ୍କ ଡୁପ୍ଲିକେଟ ରାଜୁ ରାଇକର ଫୋନ କରି ମିଡିଆକୁ ଏନେଇ ଖବର ଦେଇଥିଲେ । ହାର୍ଟ ଆଟାକରେ ପୀଡିତ ହେବା ପରେ ଦୁଇ ଜିମ ପ୍ରଶିକ୍ଷକ ତାଙ୍କୁ ନିକଟସ୍ଥ ସୁଭିଧା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ଯୋଗେଶ୍ୱରୀର ବାଲାସାହେବ ଠାକୁର ଟ୍ରମା କେନ୍ଦ୍ର ଡାକ୍ତରଖାନାକୁ ନେବାକୁ କହିଥିଲେ ।

ରାଜୁଙ୍କ କହିବା ମୁତାବକ, ଡାକ୍ତରମାନେ ସାଗରଙ୍କୁ ଅପରାହ୍ନ ପ୍ରାୟ ୨.୦୦ ରେ ମୃତ ଘୋଷଣା କରିଥିଲେ । ସାଗର ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ବନ୍ଧୁ ରାଜୁଙ୍କ ଅନୁଯାୟୀ ସାଗରଙ୍କ ଶେଷ ରୀତି ପ୍ରତାପଗଡରେ କରାଯିବ ।

Get real time updates directly on you device, subscribe now.