fbpx

(VIDEO) ଏକ୍ସ ଗାର୍ଲଫ୍ରେଣ୍ଡକୁ ଖୁଲମଖୁଲା କିସ୍ କଲେ ସଲମାନ ଖାନ; ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍ ନିଜର ଷ୍ଟାଇଲ ଏବଂ ପ୍ରଶ୍ନାଲିଟି ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଲୋକଙ୍କ ହୃଦୟ ଜିତିଥିବା ବେଳେ ତାଙ୍କର ଖୋଲା ମତ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ତେବେ ଆଜି ସୁପରଷ୍ଟାର ସଲମାନ ଖାନଙ୍କ ବର୍ତ୍ତମାନ ସିନେମାରେ ନୋ କିସିଙ୍ଗ ପଲିସିକୁ ଜାରୀ ରଖିଛନ୍ତି । ଅର୍ଥାତ୍ ସେ ସିନେମାରେ କିସ୍ ସିନ କରିବାକୁ ବାରଣ କରିଛନ୍ତି । କିନ୍ତୁ ଆଜି ସଲମାନ ଖାନଙ୍କ ଜନ୍ମ ଦିନ ଥିବା ବେଳେ ସେ ଗତକାଲି ରାତିରେ ଏହାକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି । ଯେଉଁଥିରେ ଅନେକ ସିନେ କଳାକାର ଥିବା ସହ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଥିବା ମଧ୍ୟ ଜଣାପଡିଛି । ଏହି ସମୟରେ ସଲମାନ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ କିସ୍ କରୁଥିବା ଦେଖାବାକୁ ମିଳିଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତେବେ ଦବଙ୍ଗ ହିରୋ ସଲମାନ ପ୍ରତ୍ୟେକ ପାର୍ଟିରେ ନିଜ ସ୍ୱାଗରେ ଆସିଥାନ୍ତି ଏବଂ ଯାଇିଥାନ୍ତି । କିନ୍ତୁ ସଲମାନଙ୍କ ୫୭ ତମ ବାର୍ଥଡେ ପାର୍ଟିରେ ସେ ନିଜର ପ୍ରଶ୍ନନାଲ ଅନାଦଜରେ ନଜର ଆସିଥିଲେ । ଯାହାକି ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା ଥିଲା । ତେବେ ଆଜି ସଲମାନଙ୍କ ଜନ୍ମସ ଦିନ ଥିବା ବେଳେ ଗତକାଲି ରାତିରେ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ଭିଣୋଇ ଆୟୁଷ ଶର୍ମା ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ସିନେ କଳାକାରଙ୍କ ସମେତ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ତାଙ୍କ ଭଲ ବନ୍ଧୁ ସଙ୍ଗିତା ବିଜଲାନୀ ମଧ୍ୟ ସାମିଲ ଥିଲେ । ତେବେ ବଳିଉଡର ଭାଇଜାନ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡକୁ ଦଖେି ଭାବବିହ୍ୱଳ ହୋଇପଡିଥିଲେ । ଫଳରେ ସେ ସଙ୍ଗିତାଙ୍କୁ କିସ୍ ମଧ୍ୟ କରିଥିଲା । ଯାହାକି ବର୍ତ୍ତମାନ ସୋସିାଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଦବଙ୍ଗ ଷ୍ଟାର ସଲମାନ ତାଙ୍କ ବନ୍ଧୁ ତଥା ଏକ୍ସ ଗର୍ଲଫ୍ରେଣ୍ଡ ସଙ୍ଗିତାଙ୍କ ସହ କଥା ହେବା ସହ ଫଟୋ ମଧ୍ୟ ଉଠାଇଥିଲେ । ଏତିସହିତ ସେ ସଙ୍ଗିତାଙ୍କୁ ଆଲିଙ୍ଗନ କରି ତାଙ୍କ ମଥାରେ କିସ୍ ଦେଇଥିଲେ । ଏତତ୍ ବ୍ୟତୀତ ସଙ୍ଗିତା ଯିବା ସମୟରେ ସଲମାନ ଖାନ୍ ସଙ୍ଗିତାଙ୍କ ଗାଡି ଡୋର ଖୋଲି ତାଙ୍କୁ ବସିବାକୁ କହିବା ସହ ବାୟ କହିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ସଲମାନ ଏବଂ ସଙ୍ଗିତା ବିଜଲାନି ସମ୍ପର୍କ ଖୁବ୍ ପୁରୁଣା । ସେମାନେ ପାଖା ପାଖି ୧୦ ବର୍ଷ ରିଲେସନସିପରେ ରହିଥିଲେ । ଉଭୟଙ୍କ ବିଭାହ ମଧ୍ୟ ଠିକ୍ ହୋଇଯାଇଥିଲା । କିନ୍ତୁ କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ଭୁଲ ବୁଝାବଣା ସୃଷ୍ଟି ହୋଇଥିଲା । ଫଳରେ ଉଭୟ ପରସ୍ପର ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ଏହାପରେ ମଧ୍ୟ ସଙ୍ଗିତା ପ୍ରତ୍ୟେକ ପାର୍ଟିରେ ଖାନ ପରିବାର ସହ ନଜର ଆସିଥାନ୍ତି । ଯାହାର ପ୍ରମାଣ ଗତକାଲି ରାତିରେ ସଲମାନଙ୍କ ବାର୍ଥଡେ ପାର୍ଟିରେ ଦଖିବାକୁ ମିଳିଛି ।

Get real time updates directly on you device, subscribe now.