fbpx
BJD
BJD SKY
BJD SKY

ଫେକ୍ କାଷ୍ଟିଂ କଲ୍ ବିରୋଧରେ ନୋଟିସ ଜାରି କଲା ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ୍

BJD

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ସଲମାନ ଖାନ୍ କୌଣସି ନା କୌଣସି କାରଣ ପାଇଁ ଲାଇମ୍ଲାଇଟରେ ରହିଥାନ୍ତି । ବର୍ତ୍ତମାନ ତାଙ୍କ ପ୍ରଡକ୍ସନ ହାଉସକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କ ପ୍ରଡକ୍ସନ କମ୍ପାନୀ ‘ସଲମାନ ଖାନ୍ ଫିଲ୍ମ୍ସ’କୁ ନେଇ ଏକ ଠକେଇ ମାମଲା ସାମ୍ନାକୁ ଆସିଛି । ଏଥିପାଇଁ ଉକ୍ତ ପ୍ରଡକ୍ସନ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ସଲମାନ ଖାନଙ୍କ ପ୍ରଡ଼କ୍ସନ ହାଉସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଜାଲ୍ କାଷ୍ଟିଂ କଲକୁ ନେଇ ସମସ୍ତଙ୍କୁ ଆଲର୍ଟ କରିଛି । ଏହି ପୋଷ୍ଟରେ ଲେଖା ହୋଇଛି, ‘ଫିଲ୍ମରେ କାଷ୍ଟିଂ ପାଇଁ ସେ କୌଣସି ୩ୟ ପକ୍ଷ ସହ ଜଡ଼ିତ ନୁହନ୍ତି । ଯଦି ଆପଣଙ୍କୁ ଏହି ସମ୍ପନ୍ଧୀୟ କୌଣସମମି ମେଲ୍ କିମ୍ବା ମେସେଜ୍ ମିଳେ ତେବେ ଏହା ଉପରେ ବିଶ୍ୱାସ କରନ୍ତୁ ନାହିଁ । ଯଦି ସଲମାନ ଖାନଙ୍କ ନାଁ କୌଣସି ଭୁଲ ଉପାୟରେ ବ୍ୟବହୃତ ହୁଏ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ତେବେ ଏହି ପୋଷ୍ଟର କ୍ୟାପସନରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ଏହା ଏକ ଅଫିସିଆଲ ନୋଟିସ୍ । ସଲମାନ ଖାନ୍ ଏବଂ ତାଙ୍କ କମ୍ପାନୀ କୌଣସି ଫିଲ୍ମ ପାଇଁ କାଷ୍ଟିଂ ପାଇଁ ଖୋଜୁ ନାହାନ୍ତି ।

 

Get real time updates directly on you device, subscribe now.