ପୁଣି ସଲମାନଙ୍କୁ ହତ୍ୟା ଧମକ, Y+ ସୁରକ୍ଷା ଯୋଗାଇଲେ ସରକାର
"ବମ୍ ଲଗେଇ କାର ଉଡ଼େଇ ଦବୁ। ଘରେ ପଶି ସଲମାନଙ୍କୁ ହତ୍ୟା କରିବୁ"!
ମହାରାଷ୍ଟ୍ର: ଭାଇଜାନଙ୍କୁ ଧମକ। ପୁଣି ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଆସିଲା ହତ୍ୟା ଧମକ। ବମ ଲଗେଇ କାରକୁ ଉଡ଼ାଇ ଦେବୁ। ସଲମାନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବା ନେଇ ଧମକ ମିଳିଛି।
ମହାରାଷ୍ଟ୍ର ପରିବହନ ବିଭାଗକୁ ଏହି ଧମକ ଆସିଛି। ହ୍ୱାଟ୍ସଆପରେ ମେଜେସ୍ ପଠାଇ ଧମକ ଦେଇଛନ୍ତି ଅଜଣା ବ୍ୟାକ୍ତି। ଯାହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦେଇଛନ୍ତି ସରକାର। ଏହାସହ ଧମକ ଦେଇଥିବା ଅଜ୍ଞାତ ବ୍ୟକ୍ତିକୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ।
ସଲମାନଙ୍କୁ ହତ୍ୟା ଧମକ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି। ଲଗାତାର ସଲମାନଙ୍କୁ ହତ୍ୟା ଧମକ ମିଳୁଛି। ଗତ କିଛି ମାସ ଧରି ପରିସ୍ଥିତି ଟିକେ ଶାନ୍ତ ଥିଲା। କିନ୍ତୁ ପୁଣିଥରେ ତାଙ୍କ ଜୀବନ ବିପଦରେ ପଡ଼ିଛି।
ମହାରାଷ୍ଟ୍ର ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ୱରରେ ଜଣେ ଅଜଣା ବ୍ୟକ୍ତି ଧମକ ପଠାଇଛନ୍ତି। ସଲମାନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବା ନେଇ ଧମକ ମିଳିଛି। ଏହା ସହିତ, ସଲମାନ ଖାନଙ୍କ କାରକୁ ବୋମାରେ ଉଡ଼ାଇ ଦେବାର ଧମକ ମଧ୍ୟ ଦିଆଯାଇଛି।
ପୋଲିସର ଛାନଭିନ୍: ବର୍ତ୍ତମାନ, ୱର୍ଲି ପୋଲିସ ଷ୍ଟେସନରେ ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଛି। ପୋଲିସର କହିବା ଅନୁଯାୟୀ, ଗତକାଲି ସକାଳେ ଅର୍ଥାତ୍ ୧୩ ଏପ୍ରିଲରେ ଏହି ଧମକ ଆସିଥିଲା। ସକାଳ ପ୍ରାୟ ୬-୭ଟାରେ ଏକ ହ୍ୱାଟସଆପ୍ ମେସେଜ୍ ମାଧ୍ୟମରେ ଏହି ଧମକ ମିଳିଥିଲା।
ସଲମାନଙ୍କ ଜୀବନ ବିପଦରେ: ଯଦି ଦେଖିବା ଲରେନ୍ସ ବିଷ୍ନୋଇ ବହୁତ ଦିନ ଧରି ସଲମାନ ଖାନଙ୍କ ପଛରେ ପଡିଛି। ଅନେକ ଥର ହତ୍ୟା ଧମକ ଦେଇଛି। କେବଳ ଧମକ ଦେଇଛି ତାହା ନୁହେଁ ପୂର୍ବରୁ ଲରେନ୍ସ ବିଷ୍ମୋଇ ଗ୍ୟାଙ୍ଗ ସଲମାନଙ୍କ ଉପରକୁ ଆକ୍ରମଣ ମଧ୍ୟ କରିଛି।
ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ଗୁଳିଚାଳନା କରାଯାଇଥିଲା। ସେହି ସମୟରେ, ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକୀଙ୍କ ହତ୍ୟା ପରେ, ଅଭିନେତା ବହୁତ ଭାଙ୍ଗି ପଡ଼ିଥିଲେ। କିନ୍ତୁ, ଏବେ ପୁଣି ଥରେ ତାଙ୍କୁ ତାଙ୍କ ଘର ଭିତରେ ହତ୍ୟା ଧମକ ମିଳିଛି। ଏହାସହ ତାଙ୍କ କାରକୁ ବମରେ ଉଡାଇ ଦେବାକୁ ମଧ୍ୟ ଧମକ ମିଳିଛି।
Y+ ସୁରକ୍ଷା: ସଲମାନଙ୍କୁ ହତ୍ୟା ଧମକ ମିଳିବା ପ୍ରଥମ ଥର ନୁହେଁ। ଏହାକୁ ଲଗାଇ ପାଖାପାଖି ୬ ଥର ସଲମାନଙ୍କୁ ହତ୍ୟା ଧମକ ମିଳିସାରିଲାଣି। ପୂର୍ବରୁ ଲରେନ୍ସ ବିଷ୍ମୋଇ ଗ୍ୟାଙ୍ଗ ଜୀବନରୁ ମାରିଦେବାକୁ ଉଦ୍ୟାମ କରିଥିଲେ। ଆଉ ଏବେ ପୁଣିଥରେ ହତ୍ୟା କରିବାକୁ ଧମକ ମିଳିଛି।
ଏହାକୁ ଦୃଷ୍ଟିରେ ରଖି, ସୁପରଷ୍ଟାରଙ୍କୁ Y ପ୍ଲସ୍ ସୁରକ୍ଷା ଦିଆଯାଇଛି। ଘରକୁ ମଧ୍ୟ ବୁଲେଟ୍ ପ୍ରୁଫ୍ କରାଯାଇଛି। ପୋଲିସ ଦ୍ୱାରା ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟତୀତ, ତାଙ୍କର ନିଜସ୍ୱ ବ୍ୟକ୍ତିଗତ ସୁରକ୍ଷା ମଧ୍ୟ ଅଛି। ତାଙ୍କ ଅଙ୍ଗରକ୍ଷୀ ଶେରା ସବୁବେଳେ ଛାଇ ପରି ତାଙ୍କ ସହିତ ରୁହନ୍ତି।
ଫିଲ୍ମର ସୁଟିଂ ସମୟରେ ମଧ୍ୟ, ଅଭିନେତାଙ୍କୁ ଯେପରି କୌଣସି ବିପଦର ସମ୍ମୁଖୀନ ନ ହେବାକୁ ପଡ଼େ, ସେଥିପାଇଁ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ। କାରରେ ବୋମା ଲଗାଇ ଉଡାଇ ଦେବାକୁ ଧମକ। ହ୍ୱାଟ୍ସଆପରେ ମେଜେସ୍ ପଠାଇ ଧମକ। ବାନ୍ଦ୍ରା ଘର ଉପରକୁ ଗୁଳି ମାଡ଼ ବି ହୋଇଥିଲା। ମହାରାଷ୍ଟ୍ର ପରିବହନ ବିଭାଗକୁ ଆସିଲା ଧମକ। ସଲମାନଙ୍କ ସୁରକ୍ଷା ବଢ଼ାଇଛନ୍ତି ସରକାର। ପୂର୍ବରୁ ଲରେନ୍ସ ବିଷ୍ମୋଇ ଗ୍ୟାଙ୍କ ଆକ୍ରମଣ କରିଥିଲେ। ଅଜ୍ଞାତ ବ୍ୟାକ୍ତିଙ୍କୁ ଧରିବାକୁ ପୋଲିସର ଉଦ୍ୟମ। ଘରେ ପଶି ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାକୁ ମିଳିଛି ଧମକ।