fbpx

ସମୀର ହୋଇପାରନ୍ତି ରାଜ୍ୟ ବିଜେପି ସଭାପତି !

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ସମୀର ମହାନ୍ତି ହୋଇପାରନ୍ତି ରାଜ୍ୟ ବିଜେପି ସଭାପତି । ସମୀରଙ୍କ ନାମରେ ରାଜ୍ୟ ବିଜେପିର ସହମତି ସୂଚନା ମିଳିଛି । ୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଅଛନ୍ତି ସମୀର ।
ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଛି । ୨୧ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ୩୪ଜିଲ୍ଲା ସଭାପତି ଓ ୧୭୭ ରାଜ୍ୟ ପରିଷଦ ସଭ୍ୟ ଭୋଟ ଦେବେ । ଏକାଧିକ ପ୍ରାର୍ଥୀ ନାମାଙ୍କନ କଲେ ଆସନ୍ତାକାଲି ପୂର୍ବାହ୍ନରେ ଭୋଟଗ୍ରହଣ ହେବ । ଜଣେ ପ୍ରାର୍ଥୀ ନାମାଙ୍କନ କଲେ ଆଜି ସରିବ ନିର୍ବାଚନ ପ୍ରକ୍ରିୟା ବୋଲି ସୂଚନା ମିଳିଛି ।ବିଜେପି ଅଫିସରେ ଉପସ୍ଥିତ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନରେନ୍ଦ୍ର ସିଂ ତୋମାର ।

Get real time updates directly on you device, subscribe now.