fbpx

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଡାକୋଟା ବିମାନ । ଏନେଇ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଏହି ବିମାନ କେବେ ଫେରିବ ଏବଂ ଏଥି ପାଇଁ କେତେ ଖର୍ଚ୍ଚ ହେବ ସେନେଇ ନିଷ୍ପତ୍ତି ନିଆଯିବ । ବିମାନର ଗରିମା ବଜାୟ ରଖିବା ପାଇଁ ସ୍ଥାନ ସ୍ଥିର ହେବ । ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ଏନେଇ ସୂଚନା ଦେଇଛନ୍ତି ।
ଆଜି ରାଜ୍ୟରେ ବିମାନ ଚଳାଚଳ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.