fbpx

ରାଜଧାନୀ ଭୁବନେଶ୍ୱରର ସମସ୍ତ ସ୍କୁଲରେ ବଣ୍ଟାଯିବ ସୋପ୍ ଷ୍ଟ୍ରିପ୍

ଭୁବନେଶ୍ୱର, ୧୨ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଲୋକମାନେ କରୋନାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । କରୋନା ପାଇଁ ପିଲାଙ୍କୁ ପେପର ସୋପ୍ ଷ୍ଟ୍ରିପ ବଣ୍ଟନ କରାଯିବ । ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ଦ୍ୱାରା ଭୁବନେଶ୍ୱରରେ ପେପର ସୋପ୍ ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । । ସେଠାରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଉପସ୍ଥିତ ରହିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ପ୍ରଦାନ କରି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ସମସ୍ତ ସ୍କୁଲରେ ସୋପ୍ ଷ୍ଟ୍ରିପ୍ ବଣ୍ଟାଯିବ । ଏନଜିଓ ଆଫୋଡ଼୍ ସହାୟତାରେ ସ୍କୁଲରେ ସୋପ୍ ଷ୍ଟ୍ରିପ୍ ବଣ୍ଟାଯିବ ବୋଲି ସୂଚନା ମିଳିଛି । ପେପର ସୋପ୍ କ୍ୟାମ୍ପେନ ଶୁଭାରମ୍ଭ କରିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ନିରନ୍ତର ବ୍ୟବଧାନରେ ଛାତ୍ରଛାତ୍ରୀ ହାତ ସଫା କରିବେ । ଏହାଦ୍ୱାରା କରୋନା ଜନିତ ସଂକ୍ରମଣକୁ ରୋକାଯାଇପାରିବ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି । ଏହାସହ ମାସ୍କ ମଧ୍ୟ ପ୍ରଦାନ କରାଯାଇଛି । ଥଣ୍ଡା ଜରରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ମାସ୍କ ଦେଇପାରିବେ ବୋଲି ସେ କହିଛନ୍ତି ।
ଅନ୍ୟପଟେ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାର ୫୮୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାସହ ୧ଲକ୍ଷ ୨୪ହଜାର ୭୭୭ ଆକ୍ରାନ୍ତ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି । ୬୭ ହଜାର କରୋନା ଆକ୍ରାନ୍ତ ଏଯାଏଁ ସୁସ୍ଥ ହୋଇପାରି ନାହାନ୍ତି ବୋଲି ସୂଚନା ମିଳିଛି । ଭାରତରେ ୬୨ଜଣ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.