fbpx

ଛୋଟା ପକେଟ୍ ବଡା ଧମାକା, ଶସ୍ତା ଫୋନ୍ ଲଞ୍ଚ କଲା ସାମସଙ୍ଗ୍

ଓଡିଶା ଭାସ୍କର: ପ୍ରତିଦିନ ବଜାରକୁ ନୂଆନୂଆ ଫୋନ୍ ଆସୁଥିବା ବେଳେ ଭାରତୀୟ ବଜାରରେ ଆଉ ଏକ ସ୍ମାର୍ଟଫୋନ୍ ଲଞ୍ଚ କରିଛି ସାମସଙ୍ଗ୍ । କମ୍ ଦାମରେ ଗ୍ରାହକ ଦମଦାର ଫିଚର ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାର ନାମ ରହିଛି ସାମସଙ୍ଗ ଗାଲାକ୍ସି ଏ 06(Samsung Galaxy A06) । ସାମସଙ୍ଗ ଓ୍ବେବସାଇଟରେ ଏହି ଫୋନକୁ ଲିଷ୍ଟ କରାଯାଇଛି । ଏହି ହେଣ୍ଡସେଟରେ ଦମଦାର ଫିଚର, ବ୍ୟାଟେରୀ ସାଙ୍ଗକୁ କ୍ୟାମେରା ରହିଥିବା କୁହାଯାଇଛି ।

Samsung Galaxy A06 ଫୋନରେ 50MP କ୍ୟାମେରା ସହିତ 50 mahର ବ୍ୟାଟେରୀ ରହିଛି । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ 9 ହଜାର 999 ଟଙ୍କା ରହିଛି । ଏଥିରେ 64 ଜିବିର ଷ୍ଟୋରେଜ ରହିଛି । ଅନ୍ୟପଟେ 4GB +128 GB ଭାରିଆଣ୍ଟର ଦାମ୍ 11 ହଜାର 499 ଟଙ୍କା ରହିଛି । ସାମସଙ୍ଗ ଇ ସିରିଜର ଏହି ଫୋନ୍ ସାମସଙ୍ଗ ଇଣ୍ଡିଆ ଇଷ୍ଚୋରରେ ଉପଲବ୍ଧ ରହିଛି । ଆଗାମୀ କିଛି ଦିନରେ ଏହାକୁ ଇ-କମର୍ସ ଷ୍ଟୋରରେ ଉପଲବ୍ଧ କରାଯିବ ।

ସାମସଙ୍ଗ ଗାଲାକ୍ସି A06ର ସ୍ସେସିଫିକେସନ- ଏହି ଫୋନରେ 6.7 ଇଞ୍ଚର ଆଇପିଏସ ଏଲସିଡି ପ୍ୟାନେଲ ଦିଆଯାଇଛି । ଯାହାକି ଏଚଡି ପ୍ଲସ ରେଜ୍ୟୁଲେସନ ସହିତ ଆସିଥାଏ । ଏଥିରେ ୟୁଜର୍ସଙ୍କୁ 60 HZର ରିଫ୍ରେସ ରେଟ୍ ମଧ୍ୟ ମିଳିଥାଏ । ଫୋନରେ 4ଜିବି ରାମ୍ ଏବଂ 128 ଜିବି ଇଣ୍ଟରନାଲ୍ ଷ୍ଟୋରେଜ ରହିଛି । ଏହାସହିତ 1ଟିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ ମଧ୍ୟ ଲଗାଯାଇପାରିବ ।

କ୍ୟାମେରା ସେଟଅପ୍-   ସାମସଙ୍ଗ ଗାଲାକ୍ସି A06ର ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ 50MP ର ପ୍ରାଇମେରୀ କ୍ୟାମେରା ଏବଂ 2MPର ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି । ସାମସଙ୍ଗର ଏହି ଫୋନରେ 8MP ସେଲଫି କ୍ୟାମେରା ରହିଛି ।

ସାମସଙ୍ଗ ଫୋନ୍ ଏବଂ ବ୍ୟାଟେରୀ- Samsung Galaxy A06 ଫୋନରେ 50 mahର ବ୍ୟାଟେରୀ ରହିଛି । 25 ଓ୍ବାଟର ଫାଷ୍ଟ ଚାର୍ଜର ରହିଛି । ଏଥିରେ ବ୍ଲୁଟୁଥ v5.3 GPS ଏବଂ ୟୁଏସବି ସି ପୋର୍ଟ ରହିଛି ।

Get real time updates directly on you device, subscribe now.