fbpx

Bigg Boss OTT 3 ଟ୍ରଫି ଜିତିଲେ ସନା ମକବୁଲ, ଜାଣନ୍ତୁ କେତେ ମିଳିଲା ପ୍ରାଇଜ୍ ମନି ?

ମୁମ୍ବାଇ: ଶୁକ୍ରବାର ‘Bigg Boss OTT 3 ’ର ଗ୍ରାଣ୍ଡ୍ ଫିନାଲେରେ ସନା ମକବୁଲ ବିଜୟୀ ହୋଇଛନ୍ତି । ଫିନାଲେରେ ଅନ୍ୟ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଛନ୍ତି ସନା । ଶୋ’ର ବିଜେତା ହେବା ପରେ ସନା ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ସନାଙ୍କ ପାଇଁ ଫ୍ୟାନ୍ସଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି ।

Bigg Boss OTT 3 ର ଫାଇନାଲିଷ୍ଟକୁ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଚଳିତ ସିଜିନକୁ ବିଶିଷ୍ଟ ବଲିଉଡ ଅଭିନେତା ଅନିଲ କପୁର ହୋଷ୍ଟ କରିଥିଲେ । କହିରଖୁଛୁ ଏହି ଶୋ’ର ଗୋଟିଏ ଏପିସୋଡ୍ ପାଇଁ ତାଙ୍କୁ ପ୍ରାୟ ୨ କୋଟି ଟଙ୍କା ଫିସ୍ ମିଳିଥିଲା । ବିଗ୍ ବସ୍ ଶୀର୍ଷ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ରଣବୀର ଶୋରୀ, ରାପର ନୈଜୀ, ସାଇ କେତନ ରାଓ, କୃତିକା ମଲିକ ଏବଂ ସନା ମକବୁଲ ଥିଲେ । ଏହି ୫ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ସମସ୍ତଙ୍କୁ ପଛରେ ପକାଇ ସନା Bigg Boss OTT 3 ର ଟ୍ରଫି ଜିତିଥିଲେ । ଏହା ସହ ତାଙ୍କୁ ପୁରସ୍କାର ରାଶି ବାବଦକୁ ୨୫ ଲକ୍ଷ ଟଙ୍କା ନଗଦ ପ୍ରଦାନ କରାଯାଇଥିଲା ।

ସନା ମକବୁଲ ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ । ସେ ତେଲୁଗୁ ଏବଂ ତାମିଲ ଫିଲ୍ମରେ କାମ କରିସାରିଛନ୍ତି । ସନା ୨୦୦୯ରେ MTV Scooty Teen Divaରେ ଅଂଶ ଗ୍ରହଣ କରିଥିଲେ । ୨୦୧୦ରେ ଶୋ’ ଇଶାନ: ସପନୋ କୋ ଆୱାଜ୍ ଦେ, ‘କିତନି ମୋହବତ ୨’, ‘ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ’, ‘ଅର୍ଜୁନ’, ‘ଆଦତ ସେ ମଜବୁର’, ‘ବିଶ୍‌’ ଭଳି ଅନେକ ଶୋ’ରେ କାମ କରିସାରିଛନ୍ତି । ୨୦୨୧ରେ ସେ ଖତରୋଁ କେ ଖିଲାଡ଼ି ସିଜିନ୍ ୧୧ରେ ମଧ୍ୟ ନଜର ଆସିଥିଲେ । ୨୦୨୩ରେ ତାଙ୍କୁ ହେପାଟାଇଟିସ୍ ହୋଇଥିବା ନେଇ ସେ ଖୁଲାସା କରିଥିଲେ । ଏହା ପରେ ତାଙ୍କ ହାତରୁ ଅନେକ ପ୍ରୋଜେକ୍ଟ ହାତଛଡ଼ା ହୋଇଯାଇଥିଲା ।

 

View this post on Instagram

 

A post shared by JioCinema (@officialjiocinema)

Get real time updates directly on you device, subscribe now.