fbpx

ବାଲୁକା କଳାରେ ଶ୍ରୀଜିଉଙ୍କ ଆନିମେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଶ୍ରୀଜିଉଙ୍କ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି ।

ବାଲୁକା ଶିଳ୍ପୀ ମାନସ କୁମାର ଆନିମେସନରେ ଦାରୁବ୍ରହ୍ମଙ୍କୁ ଚିତ୍ରଣ କରିବା ସହିତ ରଥର ଚିତ୍ରଣ ମଧ୍ୟ କରିଛନ୍ତି । ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଜଗନ୍ନାଥ ପ୍ରେମୀମାନଙ୍କୁ ରଥଯାତ୍ରାର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା ଆନିମେସନ ପ୍ରସ୍ତୁତ କରିବା ପାଇଁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା ।

 

Get real time updates directly on you device, subscribe now.