fbpx

ସନ୍ଦେଶଖାଲି ମାମଲା: ଅଭିଯୋଗକୁ ଖଣ୍ଡନ କଲେ ଅଭିଯୁକ୍ତ ଶାହାଜାହାଁ ଶେଖ୍

AAKASH

କୋଲକାତା: ପଶ୍ଚିମବଙ୍ଗରେ ସନ୍ଦେଶଖାଲି ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ୍ ଶୁକ୍ରବାର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଥମ ଥର ପାଇଁ ଶାହାଜାହାନ ଶେଖ ତାଙ୍କ ସ୍ପଷ୍ଟୀକରଣରେ ବୟାନ ଦେଇଛନ୍ତି। ସିବିଆଇ ହେପାଜତରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ସେ କହିଛନ୍ତି, ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା। ଉପରବାଲା ଉପରେ ମୋର ପୂରା ବିଶ୍ୱାସ ରହିଛି। ସେ ବିଚାର କରିବେ। ଶାହଜାହାନ କହିଛନ୍ତି ଯେ ଇଡି, ସିବିଆଇ, ପୋଲିସ ଏବଂ ଅଦାଲତରୁ ନୁହେଁ ବରଂ ଉପରୁ ନ୍ୟାୟ ପାଇବା ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ।

ଏହା ପୂର୍ବରୁ ଗିରଫ ସମୟରେ ସେ ନିଜର ଗୋଟିଏ ଆଙ୍ଗୁଠି ଦେଖାଇ ପାଟି ଖୋଲିବେ ନାହିଁ ବୋଲି ସଙ୍କେତ ଦେଇଥିଲେ। ସିବିଆଇର ଏକ ଟିମ୍ ଆଜି ଦୁଇ ଜଣ ଇଡି ଅଧିକାରୀ ଏବଂ ବହୁ ସଂଖ୍ୟକ କେନ୍ଦ୍ରୀୟ ଫୋର୍ସ କର୍ମଚାରୀଙ୍କୁ ନେଇ ଶାହାଜାହାନ ଶେଖଙ୍କ ସନ୍ଦେଶଖାଲି ବାସଭବନରେ ପହଞ୍ଚିଥିଲେ। ଏହି ଦୁଇ ଅଧିକାରୀ ସମାନ, ଯେଉଁମାନେ ଜାନୁଆରି ୫ ତାରିଖରେ ଶାହାଜାହାଁ ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇଥିଲେ।ସିବିଆଇ ସହ ଫରେନସିକ୍ ଟିମ୍ ମଧ୍ୟ ରହିଛି। ପରେ ଇଡି ପକ୍ଷରୁ ଉକ୍ତ ଘରକୁ ସିଲ୍ କରାଯାଇଥିଲା।

କିନ୍ତୁ ଆଜି ତାଲା ଖୋଲିବା ପରେ ଘରେ ଚଢ଼ାଉ କରାଯାଇ ପୂରା ଅପରେସନର ଭିଡିଓଗ୍ରାଫି କରାଯାଇଥିଲା। ଏହି ଟିମ୍ ଶାହାଜାହାନଙ୍କ ମାଲିକାନାରେ ଥିବା ବଜାର ଓ ଆଖପାଖ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ।

Get real time updates directly on you device, subscribe now.