fbpx
BJD
BJD SKY
BJD SKY

(Video) ନମାଜ ବେଳେ ମୁସଲିମ ବ୍ୟକ୍ତିମାନଙ୍କୁ ଛିଡା ଗୋଇଠା ମାରିଲେ ପୋଲିସ କର୍ମଚାରୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଏକ ଲଜ୍ୟାଜନକ ଘଟଣା। ରାସ୍ତାରେ ନମାଜ ପାଠ କରୁଥିବା ମୁସଲିମ ଲୋକମାନଙ୍କୁ ଶଜଦା ବେଳେ ହିଁ ଗୋଇଠା ମାରିଛନ୍ତି ଜଣେ ପୋଲିସ କର୍ମଚାରୀ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏବଂ ଘଟଣାକୁ ନେଇ ସବୁଠି ତୀବ୍ର ନିନ୍ଦା ପ୍ରକାଶ ପାଇଛି। ତେବେ ମୁସଲିମ ବ୍ୟକ୍ତିମାନେ ଶଜଦା କରୁଥିବା ବେଳେ ପୋଲିସ କର୍ମଚାରୀ ଜଣଙ୍କ ସେମାନଙ୍କ ପଛ ପଟୁ ଗୋଇଠା ମାରି ଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଆଜି ଶୁକ୍ରବାର ବା ଜୁମ୍ମା ହୋଇଥିବାରୁ ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଥିବା ମସଜିଦ ନିକଟରେ ନମାଜ ପାଇଁ ଅନେକ ମୁସଲିମ ଲୋକ ଏକାଠି ହୋଇଥିଲେ। ମସଜିଦ ଭିତରେ ପ୍ରବଳ ଭିଡ଼ ହେବାରୁ କିଛି ଲୋକ ରାସ୍ତା ଉପରେ ମ୍ୟାଟ୍‌ ଲଗାଇ ଶଦଜା କରିବା ଆରମ୍ଭ କରିଥିଲେ। ସେମାନେ ପ୍ରାର୍ଥନା କରୁଥିବା ବେଳେ ଦିଲ୍ଲୀ ପୋଲିସର କିଛି ଅଧିକାରୀ ସେଠାରେ ପହଞ୍ଚିଥିଲେ। ସେମାନେ ଭିଡ଼ ନିୟନ୍ତ୍ରଣ କରିବା ସହ ମୁସଲିମମାନଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଜଣେ ପୋଲିସ କର୍ମଚାରୀ ଆଣ୍ଠେଇବା ଅବସ୍ଥାରେ ରହି ପ୍ରାର୍ଥନା କରୁଥିବା ମୁସଲିମ ବ୍ୟକ୍ତିମାନଙ୍କୁ ଗୋଇଠା ଓ ହାତରେ ଚାପୁଡ଼ା ମାରିବା ଆରମ୍ଭ କରି ଦେଇଥିଲେ। ଏହାପରେ ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେପଟେ ଏହି ଘଟଣାକୁ ନେଇ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସବୁଠି ଦାବି ହେଉଛି।

ଏଠାରେ କହି ରଖୁ ଯେ, ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏନେଇ ସେଠାକାର ଡେପୁଟି କମିଶନର ଅଫ ପୋଲିସ(ଉତ୍ତର) ଏମକେ ମୀନା ପ୍ରତିକ୍ରିୟା ଦେଇ କହିଛନ୍ତି।

Get real time updates directly on you device, subscribe now.