fbpx

ଲୋକସଭା ନିର୍ବାଚନ ୨୦୨୪: ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନକୁ ନେଇ ସାମ୍ନା ଆସିଛି ଏକ ବଡ଼ ଖବର। ବିଜେପି ପରେ କଂଗ୍ରେସ ଘୋଷଣା କରିଛି ନିଜର ପ୍ରଥମ ପ୍ରାର୍ଥୀ ତାଲିକା। ତେବେ ଏହି ପ୍ରଥମ ତାଲିକାରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ। ଯେଉଁଥିରେ ମାତ୍ର ୮ଟି ରାଜ୍ୟର ପ୍ରାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଛି। ତେବେ ପ୍ରକାଶିତ ଏହି ତାଲିକାରେ ୧୫ ଜଣ ସାଧାରଣ ବର୍ଗଙ୍କ ନାଁ ଥିବା ବେଳେ ଏସସି ଓ ଏସଟି ବର୍ଗରୁ ୨୪ ଜଣଙ୍କ ନାଁ ରହିଛି ।

୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । କେରଳରୁ ସର୍ବାଧିକ ୧୫ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରୁ ୮, ଛତିଶଗଡ଼ରୁ ୬, ତେଲେଙ୍ଗାନାରୁ ୫, ମେଘାଳୟ ୨, ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ପ୍ରକାଶ ପାଇଥିବା ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ଏଠାରେ କହି ରଖୁ ଯେ, ଲୋକସଭା ନିର୍ବାଚନ ପାଇଁ ଏବେ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏଥିରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା।

Get real time updates directly on you device, subscribe now.