fbpx
BJD SKY
BJD SKY

ଏସି ଚଲାଇବାକୁ ପ୍ରସ୍ତୁତ ହେଉଥିଲେ ଜାଣି ନିଅନ୍ତୁ ଏହି ୫ଟି ସେଟିଂ, ବହୁତ କମିଯିବ ବିଜୁଳି ଖର୍ଚ୍ଚ

BJD

ନୂଆଦିଲ୍ଲୀ: ଖରାଦିନ ଆସିଗଲାଣି । ଲୋକମାନେ ପୁଣି ସେମାନଙ୍କ ଫ୍ୟାନ, କୁଲର ଓ ଏସିକୁ ବ୍ୟବହାର କରିବା ଆରମ୍ଭ କରି ଦେଲେଣି । ଏବେ ଅତ୍ୟଧିକ ଗରମ ପଡି ନ ଥିବାରୁ ଲୋକମାନେ କେବଳ ଫ୍ୟାନ ଓ କୁଲରରେ କାମ ଚଲାଇ ଦେଉଛନ୍ତି । କିନ୍ତୁ ଆଗକୁ ଅଧିକ ଗରମ ପଡିଲେ କେବଳ ଏସି ହିଁ ଆପଣଙ୍କୁ ଆରାମ ଦେଇପାରିବ । କିନ୍ତୁ ଅଧିକ ସମୟ ଏସି ଲଗାଇଲେ ବିଲ୍ ବଢିବାର ଟେନସନ ସମସ୍ତଙ୍କର ରହିଥାଏ । କିନ୍ତୁ କିଛି ଏପରି ତରିକା ରହିଛି ଯାହା ଅନୁକରଣ କରିବା ଦ୍ୱାରା ଆପଣ ବିଜୁଳି ଖର୍ଚ୍ଚ ଓ ବିଲ୍ ଉଭୟ ହ୍ରାସ କରିପାରିବେ ।

୧-ଆପଣ ସମୟ ସମୟରେ ଏସିର ଫିଲଟରକୁ ସଫା କରନ୍ତୁ । ବହୁ ସମୟରେ ଫିଲଟରରେ ମଇଳା ଜମା ହେବା କାରଣରୁ ଏୟାର ଫ୍ଲୋ ବହୁତ କମ୍ ହୋଇଥାଏ ଓ ଏହାଦ୍ୱାରା ଏସି ଉପରେ ବି ଚାପ ପଡିଥାଏ । ଫଳରେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ ।
୨-ବହୁ ଲୋକ ସାରା ରାତି ଏସିକୁ ନର୍ମାଲ ମୋଡ୍‌ରେ ରଖି ଶୁଅନ୍ତି । ଏହାଦ୍ୱାରା ପୁରା ରାତି ଏସି ଅଧିକ ବିଜୁଳି ଉପଯୋଗ କରିଥାଏ । ଏଣୁ ରାତିରେ ଆପଣ ଏସିକୁ ସ୍ଲିପ ମୋଡ୍‌ରେ ରଖନ୍ତୁ । ଏହି ମୋଡ୍‌ରେ ବହୁତ କମ୍ ଏନର୍ଜି ଖର୍ଚ୍ଚ ହୋଇଥାଏ ।
୩-ରାତିରେ ଶୋଇବା ସମୟରେ ଏସିରେ ଟାଇମର ବି ସେଟ୍ କରନ୍ତୁ । ଏହାଦ୍ୱାରା ଆପଣ ଶୋଇପଡିଲେ ବି ଏହା ସେଟ୍ ଟାଇମ ଅନୁସାରେ ବନ୍ଦ ହୋଇଯିବ । ଏହି ତରିକାରେ ଆପଣ ବିଜୁଳି ଖର୍ଚ୍ଚ କମ୍ କରିପାରିବେ ।
୪-ଯଦି ଆପଣ ଏସିରେ ଫ୍ୟାନକୁ ହାଇସ୍ପିଡ୍‌ରେ ଚଲାଇବେ ତେବେ ଏହାଦ୍ୱାରା ବିଜୁଳି ଖର୍ଚ୍ଚ ଅଧିକ ହୋଇଯିବ । ଯଦି ଆପଣ ଏସିରେ ଫ୍ୟାନ୍ ସ୍ପିଡ୍ ମିଡିୟମ କିମ୍ବା ଲୋ ରଖିବେ ତେବେ ବିଜୁଳି ଖର୍ଚ୍ଚ କମ୍ ହୋଇଯିବ ।
୫-ବିଜୁଳି ଖର୍ଚ୍ଚ କମ୍ କରିବାକୁ ଏସିକୁ 24°C କିମ୍ବା 26°C ରେ ହିଁ ଚଲାନ୍ତୁ ।

Get real time updates directly on you device, subscribe now.