fbpx

ଟିମ ଇଣ୍ଡିଆର Sixer King ହେଲେ ଯଶସ୍ୱୀ: ବିରାଟ-ଯୁବରାଜ ନିଜ କ୍ୟାରିୟରରେ ବି କରିନାହାନ୍ତି ଏହି ରେକର୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ୯ଟି ଟେଷ୍ଟ ଖେଳିଛନ୍ତି । କିନ୍ତୁ ଏହାରି ଭିତରେ ସେ ଅନେକ ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ବଡ଼ ବଡ଼ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ନିଜର ଆକ୍ରମକ ବ୍ୟାଟିଂ ପାଇଁ ସେ ଏବେ ଭାରତର ନୂଆ ସିକ୍ସର କିଙ୍ଗ ପାଲଟି ଯାଇଛନ୍ତି । ସମ୍ପୂର୍ଣ୍ଣ ଟେଷ୍ଟ କ୍ୟାରିୟରରେ କିଙ୍ଗ କୋହଲି ଏବଂ ଯୁବରାଜ ସିଂହ ହାସଲ କରିଥିବା ସଫଳତାକୁ ଯଶସ୍ୱୀ ମାତ୍ର ୯ଟି ମ୍ୟାଚରେ ହାସଲ କରିବାରେ ସଫଳ ହୋଇଛନ୍ତି ।

ନିଜ ଟେଷ୍ଟ କ୍ୟାରିୟରର ନବମ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳୁଛନ୍ତି ଯଶସ୍ୱୀ ଜଏସ୍ୱାଲ । ୨୨ ବର୍ଷର ଏହି ପ୍ଲେୟର ନିଜ ଛୋଟ କ୍ୟାରିୟରରେ ଅନେକ ସଫଳତା ହାସଲ କରି ପାରିଛନ୍ତି । ନବମ ଟେଷ୍ଟ ମ୍ୟାଚରେ ଯଶସ୍ୱୀ ବ୍ୟକ୍ତିଗତ ୧୦୦୦ ରନ୍ ପୂରଣ କରିଛନ୍ତି । ଏହାବ୍ୟତୀତ ମାତ୍ର ୯ଟି ଟେଷ୍ଟରେ ୨୯ଟି ଛକା ନିଜ ନାମରେ କରିଛନ୍ତି ଯଶସ୍ୱୀ । ଇଂଲର୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଏହି ପାଳିରେ ସେ ୩ଟି ଛକା ମାରିଛନ୍ତି । ତେବେ ବିରାଟ କୋହଲି (୨୬), ସୁନୀଲ ଗାଭାସ୍କର(୨୬), ଯୁବରାଜ ସିଂହ(୨୨), ରାହୁଲ ଦ୍ରାବିଡ(୨୧)ଙ୍କ ଭଳି ବଡ଼ ବଡ଼ ଖେଳାଳି ନିଜ ସମ୍ପୂର୍ଣ୍ଣ କ୍ୟାରିୟରରେ ମଧ୍ୟ ଏହି କାରନାମା କରିବାରେ ବିଫଳ ହୋଇଛନ୍ତି । ଏହାବ୍ୟତୀତ ମହମ୍ମଦ ଅଜହରୁଦ୍ଦିନ(୧୯), ଭିଭିଏସ ଲକ୍ଷ୍ମଣ(୫), ରବି ଶାସ୍ତ୍ରୀ(୨୨), ଗୌତମ ଗମ୍ଭୀର(୧୦), କେ.ଏଲ ରାହୁଲ(୨୪), ଶିଖର ଧୱନ(୧୨) ଭଳି ଖେଳାଳି ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି ।

ତେବେ ଟେଷ୍ଟ କ୍ରିକେଟରେ ସର୍ବାଦିକ ଛକା ମାରିବା ତାଲିକାରେ ଶୀର୍ଷରେ ରହିଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ ଟେଷ୍ଟ କ୍ୟାରିୟରରେ ମୋଟ ୧୨୮ଟି ଛକା ମାରି ସାରିଛନ୍ତି । ତେବେ ବିରେନ୍ଦ୍ର ସେହୱାଗ ୧୦୪ ଟେଷ୍ଟରୁ ୯୧ ଛକା ସହିତ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଯେ, ଭାରତୀୟ ଦଳରେ ମୋଟ ୩୧୪ ଜଣ ଝେଳାଳି ଟେଷ୍ଟ କେଳି ସାରିଥିବା ବେଳେ ମାତ୍ର ୧୨ ଜଣ ଯଶସ୍ୱୀଙ୍କଠାରୁ ଅଧିକ ଛକା ମାରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.