fbpx

‘ଶଙ୍ଖ ମୋର ଗର୍ବ’ ନିର୍ବାଚନୀ ବୈତରଣୀ ପାରିହେବାରେ ମହତ୍ୱପୂର୍ଣ୍ଣ ଭୂମିକା ଲିଭେଇଥାଏ କି ସ୍ଲୋଗାନ, ମିଳେ କି ଦଳକୁ ସୁଫଳ?

ଭୁବନେଶ୍ୱର: ବର୍ତ୍ତମାନ ହେଉଛି ସୋସିଆଲ ମିଡିଆରଯୁଗ । ଦେଶର କେଉଁ କୋଣରେ କଣ ଘଟୁଛି ତାର ଟିକିନିଖ ଖବର ପାଇବା ଏବେ ବାସ ଚୁଟ୍କିର କାମ । ଆଉ ଲୋକମାନଙ୍କ ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ ମଧ୍ୟ ଏବେ ସବୁ ରାଜନୈତିକ ଦଳ ତାଙ୍କର ସବୁ ପ୍ରଚେଷ୍ଟା ଜାରି କରୁଛନ୍ତି । ତେବେ ଏହା ପାଇଁ ସବୁ ଦଳ ତାଙ୍କର ଡିଜିଟାଲ ୱିଙ୍ଗକୁ ବହୁ ମଜବୁତ କରୁଛନ୍ତି । କାରଣ ସେମାନେ ଜାଣିଛନ୍ତି ଏହା ମାଧ୍ୟମରେ ହିଁ ସେମାନେ ସହଜରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିବେ ।

ଏଇ କିଛି ଦିନ ତଳେ ବିଜେପି ଏକ ଆନିମେସନ୍ ଭିଡିଓ ଜାରି କରିଥିଲା । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଥିଲା । ‘ମୁଝେ ଚଲତେ ଯାନା ହୈ ‘ଏହା ଥିଲା ଭିଡିଓର କ୍ୟାପସ । ଯାହାକୁ ଦେଖିଲେ ଆପଣ ବୁଝି ପାରୁଥିବେ ସେ ଜନ ସାଧାରଣ ମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ପାଇଁ କିଭଳି ଭାବେ ବିଜେପି ତାର ପ୍ରିପ୍ଲାନିଙ୍ଗ କରୁଛି । ଆଗକୁ ସାଧାରଣ ନିର୍ବାଚନ ରହିଛି । ସର୍ବଦା ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ବିଜେପି ଆଗକୁ ମଧ୍ୟ ଜନତାଙ୍କ ସ୍ୱାର୍ଥ ପାଇଁ ଲଢ଼ିବ ବୋଲି ଏଥରେ ଉଲ୍ଲେଖ କରିଛି ।

ଠିକ ସେହି ଭରି ଏବେ ଆପଣ ଟ୍ୱିଟର ଖୋଲନ୍ତୁ କିମ୍ବା ଫେସବୁକ ସବୁଠାରେ ଭାଇରାଲ ହେଉଛି ‘ଶଙ୍ଖ ମୋର ଗର୍ବ’ । ଯାହା ଟ୍ୱିଟରରେ ଏବେ ଟ୍ରେଣ୍ଡ ପାଲଟିଛି । ତେବେ ଏହି ସୋଗ୍ଲାନ ଦେଇ ଲୋକମାନଙ୍କ ହୃଦୟ ଜିତିବା ପାଇଁ ବିଜେଡି ତାର ମାଷ୍ଟ୍ରର ପ୍ଲାନ ଆରମ୍ଭ କରିଦେଇଛି । ଆଉ ଯେଉଁ ଆଶାରେ ଏହି ଟ୍ରେଣ୍ଡ ଆରମ୍ଭ କରାଯାଇଥିଲା, ଲାଗୁଛି ତାହା ମଧ୍ୟ ପୂରଣ ହେଉଛି । କାରଣ ଏବେ ଯାହାକୁ ଦେଖ ସବୁରି ମୁଖରେ ଏବେ ଏହି ବାକ୍ୟ ଶୁଣିବାକୁ ମିଳୁଛି ।

ଆଗରୁ ଆପଣ ପୋଷ୍ଟର ରାଜନୀତି କଥା ଶୁଣଥିବେ ଆଉ ଏବେ ସବୁ ଦଳ ତାଙ୍କର ସ୍ଲୋଗାନ ରାଜନୀତି ଆରମ୍ଭ କରି ଦେଲେଣି ।ଏହା ଭିତରେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଏହା ସବୁ କରିବା ଦ୍ୱାରା କଣ ଲୋକମାନଙ୍କର ସମର୍ଥନ ଦଳ ଆଡକୁ ବୃଦ୍ଧି ପାଇଥାଏ । ଉତ୍ତର ନିଶ୍ଚୟ ହଁ । କାରଣ ରାଜନୈତିକ ଇତିହାସର ଯଦି ଆପଣ ପୃଷ୍ଠା ଲେଉଟାଇବେ ତେବେ ଆପଣ ଦେଖିବାକୁ ପାଇବେ ଯେ ସ୍ଲୋଗାନ ଯେତେ ଲୋକପ୍ରିୟ ହୁଏ ଦଳକୁ ସେତେ ଫାଇଦା ମିଳେ ।

ସେଥି ପାଇଁ ଲୋକମାନେ ନିର୍ବାଚନ ପ୍ରଚାର ସମୟରେ ଏହି ଫର୍ମୁଲା ପ୍ରୟୋଗ କରନ୍ତି । ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଘରେ ଘରେ ଶଙ୍ଖ, ନବୀନ ଆମ ପରିବାର ଶଙ୍ଖ ଆମ ଚିହ୍ନ, ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବଳ ଆଦି ସ୍ଲୋଗାନ ବେଶ ଲୋକପ୍ରିୟ ହେବ ସହ ଦଳକୁ ଏହାର ଫାଇଦା ମଧ୍ୟ ମିଳିଛି । ଏହି ସବୁ ଦିଗରେ ବିଜେଡି ଟିକିଏ ଆଗୁଆ ଥିବାରୁ ଏବେ ରାଜ୍ୟ ରାଜନୀତିରେ ନିଜର ଚିହ୍ନକୁ ନେଇ ପ୍ରଚାର ଆରମ୍ଭ କରିଦେଇଛି । ଯେଉଁଥିରେ ଦଳର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତେ ଏହାକୁ ନେଇ ଏକ ଭିଡିଓ ପୋଷ୍ଟ କରି ଚାଲିଛନ୍ତି । ଆଉ ଲୋକଙ୍କ ମୁହଁରେ ଏବେ ଠାରୁ ହିଁ ଶଙ୍ଖ ଘରକରି ବସିଲାଣି ।

ସ୍ଲୋଗନ ଲୋକପ୍ରିୟତା ବଢ଼ାଇବା ସହିତ ଲୋକସମର୍ଥନ ହାସଲ କରିବାରେ ଏକ ଟିକାର ଭୂମିକା ଲିଭାଏ କହିଲେ ଅତ୍ୟୁକ୍ତି ହେବ ନାହିଁ । ବାସ ଦେଖିବା ବାକି ରହିଲା ବିଜେଡିର ଏହି ଷ୍ଟ୍ରାଟେଜି ଦଳ ପାଇଁ କେତେ ସଫଳତା ଆଣି ଦେଉଛି । ଏବେ ଠାରୁ ଦଳ ଏହାକୁ ନେଇ ଯେଉଁ ଗର୍ବ କରୁଛି ତାହା ବାସ୍ତବରେ କେଉଁ ଫଳାଫଳ ଦେଉଛି । ଶଙ୍ଖ ମୋର ଗର୍ବ ଏହା ସ୍ଲୋଗାନ ବିଜେଡି ପାଇଁ କେଉଁ ନୂଆ ଅଧ୍ୟାୟ ଲେଖିବାରେ ସହାୟକ ହେଉଛି ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.